fbpx

News across the Earth, news close to your heart, Read Odisha Bhaskar English

ଦୀପାବଳିରେ ଧମାଲ୍‌ କରିବ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତିକ୍ଷିତ ସିନେମା ‘ସୂର୍ଯ୍ୟବଂଶୀ’, ଫିଲ୍ମର ପ୍ରଥମ ଗୀତ ‘ଆଇଲା ରେ ଆଇଲା’ ରିଲିଜ୍‌

ମୁମ୍ବାଇ (ଭାସ୍କର ନ୍ୟୁଜ୍): ନଭେମ୍ବର ୫ରେ ରିଲିଜ୍‌ ହେବାକୁ ଯାଉଛି ରୋହିତ ଶେଟ୍ଟୀଙ୍କ ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡିକୁ ଦେଖିବାକୁ ଦର୍ଶକେ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂହ ଗେଷ୍ଟ୍‌ କଳାକାର ଭାବେ ନଜର ଆସିବେ । ଏହି ଫିଲ୍ମର ପ୍ରଥମ ଗୀତ ‘ଆଇଲା ରେ ଆଇଲା’ ରିଲିଜ୍‌ ହୋଇଛି । ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଏହି ଗୀତର ଟିଜର ସେୟାର୍‌ କରିଛନ୍ତି । ଏହି ଟିଜରରୁ ଜଣାପଡୁଛି ଗୀତଟି ନିଶ୍ଚିତ ମଜାଦାର ହୋଇଥିବ ।

ଏହି ଟିଜରରେ ଅକ୍ଷୟ କୁମାର, ଅଜୟ ଦେବଗନ୍‌ ଓ ରଣବୀର ସିଂହ ନଜର ଆସିଛନ୍ତି । ଏହି ତିନି ଅଭିନେତା ଗୀତରେ ପୂରା ଆଗ୍ରେସିଭ୍‌ ମୁଡ୍‌ରେ ଥିବାର ଜଣାପଡିଛି । ତେବେ ଅକ୍ଷୟ କୁମାର ଏହି ଟିର୍ଜା ସେୟାର କରି ଲେଖିଛନ୍ତି ଯେ ‘ଏହି ଦୀପାବଳି ସୂର୍ଯ୍ୟବଂଶୀ ସହିତ ପ୍ରେକ୍ଷାଳୟକୁ ଫେରିବ । ନଭେମ୍ବର ୫ରେ ରିଲିଜ ହେବ । ସେଲିବ୍ରେସନ୍‌ ପାଇଁ ଏ ହେଉଛି ଏକ ଟିଜ ।ର୍ । ଏହି ଫିଲ୍ମରେ କ୍ୟାଟ୍ରୀନା କୈଫ୍‌ଙ୍କର ମଧ୍ୟ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ପୂର୍ବରୁ ଅକ୍ଷୟ କୁମାର ଓ କ୍ୟାଟ୍ରୀନାଙ୍କ ଯୋଡି ଅନେକ ସୁ ରହିଟ୍‌ ସିନେମା ଦେଇଛନ୍ତି । ଏହି ଯୋଡିକୁ ଦର୍ଶକେ ମଧ୍ୟ ଖୁବ ପସନ୍ଦ କରନ୍ତି । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏହି ଯୋଡି ପରଦାରେ ଧମାଲ କରିବାକୁ ଫେରୁଛନ୍ତି ।

Get real time updates directly on you device, subscribe now.