fbpx

ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି, ଅନେକ ନିଖୋଜ

ଡେରାଡୁନ: ସଂପ୍ରତି ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା ଯୋଗଁୁ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ସ୍ଥିତିର ସମୀକ୍ଷା କରିଛନ୍ତି ।

ସେ କହିଛନ୍ତି ଯେ ପ୍ରାୟ ୩୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ଓ ପ୍ରାୟ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ଉଦ୍ଧାର କାର୍ଯ୍ୟପାଇଁ ୧୭ ଏନଡିଆରଏଫ ଟିମ, ୭ଟି ଏସଡିଆରଏଫ ଟିମ, ୧୫ କମ୍ପାନି ପିଏସି ଓ ୫ ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନୈନିତାଲ, ହଲଦ୍ୱାନି ଓ ଅଲମୋଡ଼ାକୁ ପ୍ରବେଶ ପଥ ଖୋଲିଦିଆଯାଇଛି । ରାଜ୍ୟର ୮୦ ପ୍ରତିଶତ ସ୍ଥାନରେ ମୋବାଇଲ ନେଟୱାର୍କ କାର୍ଯ୍ୟକ୍ଷମ ହୋଇଛି । ଖୁବଶୀଘ୍ର ବିଦ୍ୟୁତ ସଂଯୋଗ ସ୍ୱାଭାବିକ ହେବ ।

Get real time updates directly on you device, subscribe now.