fbpx

ବୟସ ମାତ୍ର ୧୨ ମାସ, କିନ୍ତୁ ମାସିକ ରୋଜଗାର ୭୫ ହଜାର; ଜାଣନ୍ତୁ କେମିତି ଏ କମାଲ୍ କଲେ ଏହି ଶିଶୁ

ନୂଆଦିଲ୍ଳୀ: ବୟସ ବର୍ଷେ । କିନ୍ତୁ ରୋଜଗାର କୌଣସି ବୟସ୍କଙ୍କଠାରୁ କମ୍‌ ନୁହେଁ । ବର୍ଷକର ଛୁଆ ଅର୍ଜୁଛି ମାସକୁ ହଜାର ହଜାର ଟଙ୍କାରେଜଗାର କରୁଛନ୍ତି । ବଡ ବଡ ଚାକିରିଆଙ୍କୁ ମାତ ଦେଉଛି । ମାସିକ ୭୫ ଜହାର ଟଙ୍କା ରୋଜଗାର କରି ସମସ୍ତଙ୍କୁ ଚକିତ କରିଛି ବର୍ଷକର ଛୁଆ ।

ଆମେରିକାର ଜଣେ ବର୍ଷକର କୁନି ଛୁଆ ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛି । ‘ବେବି ବ୍ରିଗ୍ସ’ ନାମରେ ପରିଚିତ ଏହି ଛୁଆ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି କୁନି ଛୁଆକୁ ଭୁରିଭୁରି ପ୍ରଶଂସା ମଧ୍ୟ କରୁଛନ୍ତି । ବେବି ବିଗ୍ସ ହେଉଛି ଏବେକାର ସବୁଠୁ କନିଷ୍ଠ ଭ୍ରମଣକାରୀ । ସେ ଆମେରିକାରୁ ଅନ୍ୟ ସହରକୁ ଯାତ୍ରା କରେ । ନିଜ ମା’ ସହ ସାରା ବିଶ୍ୱ ଭ୍ରମଣ କରି ମାସରେ ପ୍ରାୟ ଏକ ହଜାର ଡଲାର ଅର୍ଥାତ ୭୫ ହଜାର ଟଙ୍କା ରୋଜଗାର କରେ ।

ଡେଲି ମେଲର ଖବର ଅନୁଯାୟୀ, ଶିଶୁର ନାମ ବ୍ରିଗ୍ସ । ମାତ୍ର ଗୋଟିଏ ବର୍ଷ ବୟସରେ ସେ ଏପର୍ଯ୍ୟନ୍ତ ୪୫ ଟି ବିମାନରେ ଯାତ୍ରା କରିସାରିଲାଣି । ଆଲାସ୍କା, କାଲିଫର୍ନିଆ, ଫ୍ଲୋରିଡା, ଉଟାହ, ଆଇଡାହୋ ସମେତ ଆମେରିକାର ୧୬ଟି ରାଜ୍ୟ ଭ୍ରମଣ କରିସାରିଲାଣି ଏହି କୁନି ଛୁଆ ।

ବ୍ରିଗ୍ସଙ୍କ ମା’ ଜେସ୍‌ କହିଛନ୍ତି ଯେ, ସେ ଗତ ବର୍ଷ ଅକ୍ଟୋବର ୧୪ରେ ଜନ୍ମ ହୋଇଥିଲେ ଏବଂ ଜନ୍ମର ମାତ୍ର ତିନି ସପ୍ତାହ ମଧ୍ୟରେ ସେ ତା’ର ପ୍ରଥମ ଯାତ୍ରା କରିଥିଲା । ସେ ଆଲାସ୍କା ଯାଇ ଭାଲୁ ଦେଖିଥିଲେ । ୟେଲୋଷ୍ଟୋନ ଜାତୀୟ ଉଦ୍ୟାନରେ ଗଧିଆ ଏବଂ ଉଟାହୋର ଡେଲିକେଟ୍‌ ଆର୍କ ଓ କାଲିଫର୍ଣ୍ଣିଆରେ ସମୁଦ୍ରର ମଜା ନେଇସାରିଲାଣି । ବ୍ରିଗ୍ସ ଏବେ ସୋସିଆଲ ମିଡିଆର ଭାଇରାଲ ବେବି । ବ୍ରିଗ୍ସଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୩୦ ହଜାରରୁ ଅଧିକ । ତାଙ୍କ ମା ଜେସ୍‌ ପୂର୍ବରୁ ‘ପାର୍ଟ ଟାଇମ୍‌ ଟୁରିଷ୍ଟ’ ନାମକ ଏକ ବ୍ଲଗ୍‌ ଚଳାନ୍ତି । ତାଙ୍କୁ ସମସ୍ତ ଯାତ୍ରା ପାଇଁ ଟଙ୍କା ମିଳେ ଏବଂ ସେ ଟ୍ରାଭେଲିଂକୁ ନେଇ ରିଭ୍ୟୁ ଲେଖିବା କାମ କରନ୍ତି ।

Get real time updates directly on you device, subscribe now.