fbpx

ହକିରେ ସାଗରଙ୍କୁ ପିଟୁଥିଲେ ରେସଲର ସୁଶୀଲ: ସାମ୍ନାକୁ ଆସିଲା ସେହି ରାତିର ଲୋମଟାଙ୍କୁରା ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ

AAKASH

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ମାରପିଟ୍ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଠିଓରେ ସୁଶୀଲ ପହଲୱାନ୍ ସାଗର ଧନଖଡ, ସୋନୁ ମହାଲ ଓ ତାଙ୍କ ସାଥିଙ୍କୁ ବାଡିରେ ପିଟୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ।

ସମ୍ପୂର୍ଣ୍ଣ ଭିଡିଓ ପ୍ରମାଣ ସହିତ ପୋଲିସ ପାଖରେ ଅଛି, ଯାହାକି ୧୯ରୁ ୨୦ ସେକେଣ୍ଡର ବୋଲି କୁହାଯାଉଛି । ଏହି ଭିଡିଓଟି ଘଟଣା ଘଟିଥିବା ରାତିରେ ଉପସ୍ଥିତ ଥିବା ପ୍ରିନ୍ସଙ୍କ ମୋବାଇଲରୁ ଜବତ କରିଛି ପୋଲିସ । ପ୍ରିନ୍ସ ସୁଶୀଲଙ୍କ ଅତି ନିକଟତର ଥିବା ବେଳେ ତାଙ୍କ ଉପରେ ଅନେକ ମାମଲା ରୁଜୁ ହୋଇଛି ।
ତେବେ ଭିଡିଓରେ ଛତ୍ରସାଲ ଷ୍ଟାଡିୟମ ଭିତରେ ୧୦ /୧୨ ଲୋକ ଥିବା ନଜର ଆସିଛନ୍ତି । ଭିଡିଓରେ ସୁଶୀଲ ଉପସ୍ଥିତ ଥିବା ପୋଲିସ ଅଭିଯୋଗ କରିଛି ।

ଏହା ସହ ଭିଡିଓରେ ସାଗର ଭୂମିରେ ପଡି ହାତ ଯୋଡିଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଜଣେ ବ୍ୟକ୍ତି ପିସ୍ତଲ ବା ରିଭଲବର ଧରିଥିବା ବେଳେ ଆଉ ଜଣଙ୍କ ହାତରେ ହକି ଷ୍ଟିକ୍ ଥିବା ଦେଖିବାକୁ ମିଳିଛି । ଭିଡିଓରେ ସୁଶୀଲଙ୍କ ସାମେତ ଅନ୍ୟମାନେ ବି ସାଗରଙ୍କୁ ମାଡ ମାରୁଥିବା ନଜର ଆସିଛି । ଏହି ଭିଡିଓକୁ ଏଫଏସଏଲ ରୋହଣୀରେ ଫରେନ୍ସିକ୍ ଅନୁସନ୍ଧାନ କରାଯାଇଥିଲା, ଯେଉଁଥିରେ ଏହି ଭିଡିଓକୁ ଅସଲି ଓ ମୋବାଇଲରେ ରେକର୍ଡିଂ ହୋଇଥିବା ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.