fbpx
BJD
BJD SKY
BJD SKY

ଯମୁନା ଏକ୍ସପ୍ରେସୱେ’ରେ ଏମଜେନ୍ସି ଲ୍ୟାଣ୍ଡିଂ କଲା ବିମାନ, ପାଇଲଟ୍‌ ଏବଂ ସହପାଇଲଟ୍‌ ଉଭୟେ ସୁରକ୍ଷିତ

ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ମଥୁରା ଜନପଦରେ ଯମୁନା ଏକ୍ସପ୍ରେସ୍‌ୱେ ଏକ ବିମାନ ଜରୁରୀ ଅବତରଣ କରିଛି । ଦୁଇ ଆସନ ବିଶିଷ୍ଟ ଏକ ଛୋଟ ଏୟାରକ୍ରାଫ୍ଟ ହଠାତ୍‌ ରାଜପଥରେ ଅବତରଣ କରିଥିଲା । ଅବତରଣ ପୂର୍ବରୁ ରାଜପଥରେ ଯାନବାହନ ଚଳାଚଳକୁ କିଛି ସମୟ ବନ୍ଦ କରି ଦିଆଯାଇଥିଲା । ତେବେ ଅବତରଣ ପରେ ଯାନବାହାନ ଚଳାଚଳ ପୁଣି ଆରମ୍ଭ ହୋଇଥିଲା । ବିମାନର ପାଇଲଟ୍‌ ଏବଂ ସହପାଇଲଟ୍‌ ଉଭୟେ ସୁରକ୍ଷିତ ରହିଛନ୍ତି ।

ସୂଚନା ଅନୁସାରେ, ବିମାନଟି ଅଲୀଗଡ଼ରୁ ଉଡ଼ାଣ ଆରମ୍ଭ କରି ନାରନୌଲ ଯାଉଥିଲା । ତେବେ ମଝି ଆକାଶରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ୍‌ ଜରୁରୀ ଅବତରଣ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.