fbpx

କରୋନା ଟିକାକୁ ଡର: ଡାକ୍ତରଙ୍କୁ ଦେଖି ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ଜାରି ରହିଥିବାରୁ ବର୍ତ୍ତମାନ ଚାରିଆଡ଼େ ଟିକାକରଣ ଚାଲିଛି । ସରକାର ସମସ୍ତ ରାଜ୍ୟକୁ ଆବଶ୍ୟକ ମୁତାବକ ଟିକା ଠିକଭାବେ ଯୋଗାଇ ପାରୁନାହାନ୍ତି । ଟିକା ପାଇଁ ଲୋକମାନେ ବ୍ୟାକୁଳ ହେଉଛନ୍ତି । ଅନ୍ୟପକ୍ଷରେ କିଛି ଲୋକ ଟିକାକରଣ ଡରରେ ନଦୀକୁ ଡେଇଁଥିବାର ଖବର ମିଳିଛି ।

ଉତ୍ତରପ୍ରଦେଶର ବାରବାଙ୍କିରେ ଏହି ଅଜବ ଘଟଣା ଘଟିଛି । ଟିକା ଭୟରେ ଗ୍ରାମବାସୀ ନିକଟସ୍ଥ ସରୟୁ ନଦୀକୁ ଡେଇଁଥିବାର ଜଣାପଡ଼ିଛି । ସିସୌଡ଼ା ନାମକ ଏକ ଗ୍ରାମରେ ଏହି ଘଟଣା ଘଟିଛି । ଉକ୍ତ ଗ୍ରାମକୁ ଭ୍ୟାକ୍ସିନ ଲଗାଇବା ପାଇଁ ଏକ ସ୍ୱାସ୍ଥ୍ୟ ଟିମ୍ ପହିଥିଲା । ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଖି ଗ୍ରାମବାସୀ ଡରିଯାଇଥିଲେ । ଏହା ଦେଖିବା ପରେ ଟିମର ସଦସ୍ୟମାନେ ହତବାକ ହୋଇଯାଇଥିଲେ ଓ ଲୋକଙ୍କୁ ପାଣିରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ଜିଲ୍ଲାର ଉପରିସ୍ଥ ପ୍ରଶାସନିକ ଅଧିକାରୀଙ୍କୁ ଏନେଇ ଅବଗତ କର।।ଇଥିଲା । ସ୍ୱାସ୍ଥ୍ୟ କର୍ମୀ ଓ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରି ପାଣିରୁ ବାହାର କରି ଟିକାକରଣ ପାଇଁ ରାଜି କରାଇଥିଲେ । ତେବେ ଗ୍ରାମରେ ମୋଟ ୧୫୦୦ ଲୋକ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଲୋକ ଟିକା ନେଇଥିଲେ । ଏନେଇ ଗ୍ରାମର କିଛି ଲୋକ କହିଥିଲେ ଯେ, ଭ୍ୟାକ୍ସିନରେ ବିଷ ମିଶିଛି ବୋଲି ସେମାନଙ୍କୁ କେହି ଜଣେ କହିଥିଲା । ତେଣୁ ସେମାନେ ଡରିଯାଇ ଭୟରେ ନଦୀକୁ ଡେଇଁଥିଲେ । ବର୍ତ୍ତମାନ ଦେଶରେ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଲେଣି । ଆଗାମୀ ଦିନରେ ଟିକାକରଣ ବୃଦ୍ଧି କରାଯିବାର ଯୋଜନା ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.