fbpx

ସମୁଦ୍ର କୂଳରେ ଲାଗିଲା ସନ୍ଦିଗ୍ଧ ବୋଟ୍, ଭିତରୁ ମିଳିଲା ଏକେ-୪୭ ସହ ବିସ୍ଫୋରକ

ମହରାଷ୍ଟ୍ରର ରାୟଗଡ଼ ଜିଲ୍ଲା ହରିହରେଶ୍ୱର ସମୁଦ୍ର ଉପକୂଳରୁ ସନ୍ଦିଗ୍ଧ ବୋଟ୍ (suspect boat) ମିଳିବା ପରେ ଆତଙ୍କ ଖେଳିଯାଇଛି । ବୋଟରେ ଏକେ-୪୭, ରାଇଫଲ ଏବଂ କିଛି ଅଫୁଟା ଗୁଳି ମିଳିଛି । ଏହା ସହ ଡଙ୍ଗାରେ ବିସ୍ଫୋଟକ ମଧ୍ୟ ରହିଥିଲା । ଏହାପରେ ସମଗ୍ର ରାୟଗଡ଼ ଜିଲ୍ଳାରେ ଆଲର୍ଟ ଜାରି କରାଯାଇଛି । ଘଟଣା ସ୍ଥଳରେ ପୋଲିସ୍ ଟିମ୍ ପହଞ୍ଚି  ହତିଆର ଜବତ କରିବା ସହ ଯାଞ୍ଚ ଆରମ୍ଭ କରିଛି । ସେପଟେ ମୁମ୍ବାଇ ଏଟିଏସ ଟିମ୍ ମଧ୍ୟ ପହଞ୍ଚିଛି ।

ସ୍ଥାନୀୟ ପୋଲିସ ଅନୂଯାୟୀ ଏକ ଡଙ୍ଗା ହରିହରେଶ୍ୱର ବିଚରେ ମିଳିଥିଲା । ଏହା ସହ ଭରଦଖୋଲରେ ଏକ ଲାଇଫ୍ ବୋଟ୍ ମିଳିଛି । ଏହି ବୋଟ୍ ଗୁଡ଼ିକରେ କେହି ବି ନଥିଲେ । କୋର୍ଷ୍ଟ ଗାର୍ଡ ଏବଂ ମହାରାଷ୍ଟ୍ର ମେରୀଟାଇମ ବୋର୍ଟକୁ ତୁରନ୍ତ ସୂଚନା ଦିଆଯାଇଥିଲା । ପୋଲିସ ବୋଟକୁ ନିଜ ହେପାଜତକୁ ନେଇଛି । ପୋଲିସ ସ୍ଥାନୀୟ ଲୋକଙ୍କ ପଚରାଉଚରା କରୁଛି । ଯେଉଁଠାରୁ ଏହି ଡଙ୍ଗା ମିଳିଥିଲା ସେଠାରୁ ମୁମ୍ବାଇ ୨୦୦ କିମି ଦୂର  । ରାୟଗଡ଼ ଏସପୀ ଅଶୋକ ଧୁଧେ ହରିହରେଶ୍ୱର ତଟରେ ଡଙ୍ଗାରେ ଏକେ-୪୭ ଥିବା ନେଇ କହିବା ସହ ଏହି ମାମଲାରେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି । କୁହାଯାଉଛି ଏହି ବୋଟ୍ ଅଷ୍ଟ୍ରେଲିଆନ୍ ବୋଲି  ।

ସମୁଦ୍ର ଇଲାକାରେ ଆତଙ୍କୀ ହମଲା ସମ୍ଭାବନା ସବୁବେଳେ ରହିଆସିଛି । ଏହା ପୂର୍ବରୁ ୨୬ ନଭେମ୍ବର ୨୦୦୮ ରେ ମୁମ୍ବାଇରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଲଶ୍କରର ୧୦ ଆତଙ୍କୀ ସମୁଦ୍ର ପଥରେ ପାକିସ୍ତାନରୁ ଭାରତ ଆସିଥିଲେ । ସମୁଦ୍ର କୂଳରେ ବୋଟ୍ ଛାଡ଼ିବା ପରେ ଆତଙ୍କବାଦୀ ମାନେ ଭିନ୍ନ ଭିନ୍ନ ସ୍ଥାନରେ ଫାୟାରିଂ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ଦୁଇଟି ହୋଟେଲ, ଗୋଟିଏ ହସ୍ପିଟାଲ ଏବଂ ରେଲୱେ ଷ୍ଟେସନକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ୧୬୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

 

Get real time updates directly on you device, subscribe now.