fbpx
BJD SKY
BJD SKY

ଶାରୀରିକ ସମ୍ପର୍କ ପରେ ପୁରୁଷଙ୍କୁ କାହିଁକି ନିଦ ଲାଗେ, ଜାଣନ୍ତୁ ଏନେଇ କ’ଣ କହୁଛି ବିଜ୍ଞାନ

BJD

ନୂଆଦିଲ୍ଲୀ: ସାଧାରଣ ଭାବେ ଦେଖାଯାଇଥାଏ ଯେ, ପୁରୁଷମାନେ ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ଶୋଇ ଯାଆନ୍ତି । ଏପରି କାହିଁକି ହୁଏ, ଏନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥାଏ । ମହିଳା ପାର୍ଟନରଙ୍କ ସହ ସମ୍ବନ୍ଧ ସ୍ଥାପନ ପରେ ଅଧିକାଂଶ ପୁରୁଷ ଶୋଇବାକୁ ପସନ୍ଦ କରିଥାନ୍ତି । ତେବେ ଏହା ପଛରେ ଅନେକ କାରଣ ରହିଥିବା କୁହାଯାଉଛି ।

ଅର୍ଗାଜମ ପରେ ପୁରୁଷଙ୍କ ଠାରୁ ଅକ୍ସିଟୋସିନ, ପ୍ରୋଲାକଟିନ, ଗାମା-ଆମ୍ନୋବୁଟ୍ରିକ ଏସିଡ ଓ ଏଣ୍ଡୋଫିନ୍ସ କେମିକାଲ କ୍ଷରିତ ହୋଇଥାଏ । ଏହି ରାସାୟନିକ ପଦାର୍ଥ ପାଇଁ ପୁରୁଷଙ୍କୁ ନିଦ ଲାଗିଥାଏ, ଯାହାକୁ କି ସେମାନେ ନିୟନ୍ତ୍ରଣ କରିପାରି ନଥାନ୍ତି । ଏହି ହରମୋନଗୁଡ଼ିକ ସେକ୍ସ ସମୟରେ ବ୍ରେନର କାର୍ଯ୍ୟକଳାପ ସହ ଜଡ଼ିତ ରହିଥାନ୍ତି । ସେକ୍ସ ସମୟରେ ପୁରୁଷଙ୍କଠାରୁ ବାୟୋକେମିକାଲ ପ୍ରୋଲାକ୍ଟିନ ରିଲିଜ୍ ହୋଇଥାଏ । ତେଣୁ ତା’ର ପ୍ରଭାବ ଶରୀର ଉପରେ ପଡ଼ିଥାଏ ଓ ଜଣଙ୍କୁ ଦୁର୍ବଳ ଅନୁଭବ ହୁଏ ବୋଲି ଜଣେ ବିଶେଷଜ୍ଞ କରିଛନ୍ତି ।

ସାଧାରଣତଃ ଶାରୀରିକ ସମ୍ପର୍କରେ ପୁରୁଷଙ୍କର ବାହ୍ୟ ଅଙ୍ଗ ଓ ମହିଳାଙ୍କ ଭିତର ଅଙ୍ଗ ଜଡ଼ିତ ରହିଥାଏ । ଏହା ପୁରୁଷଙ୍କ ବ୍ରେନରେ କିଛିଟା ପରିବର୍ତ୍ତନ ଆଣିଥାଏ । ପ୍ରିଫ୍ରୋଣ୍ଟାଲ କୋର୍ଟୋକ୍ସରେ ନ୍ୟୁରୋନାଲ କାର୍ଯ୍ୟକଳାପ ହ୍ରାସ ପାଇଥାଏ । ତେଣୁ ଅର୍ଗାଜମ ପରେ ପୁରୁଷଙ୍କୁ ନିଦ ଆସିଯାଇଥାଏ । ଅନ୍ୟପକ୍ଷରେ ମହିଳାଙ୍କ ସେକ୍ସ ଅଙ୍ଗ ଶରୀରର ଭିତର ଅଂଶରେ ରହିଥିବାରୁ ସେମାନେ ସମ୍ପର୍କ ସ୍ଥାପନ ପରେ ଥକ୍କା ଅନୁଭବ କରନ୍ତି ନାହିଁ । ଏ ବାବଦରେ ନ୍ୟୁରୋସାଇନ୍ସ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି ।

ସେକ୍ସ ଥେରାପି ଅନୁଯାୟୀ, ସମ୍ପର୍କ ସ୍ଥାପନ ପରେ କଥାବର୍ତ୍ତା କରିବାକୁ ମହିଳାମାନେ ପସନ୍ଦ କରିଥାନ୍ତି । ଆଲୋଚନା କରିବା ସେମାନଙ୍କ ପକ୍ଷେ ଅଧିକ ପ୍ରାକୃତିକ ଓ ସହଜସାଧ୍ୟ ହୋଇଥାଏ । ଯଦି ଜଣେ ପୁରୁଷ କଥାବାର୍ତ୍ତା କରିବାକୁ ପସନ୍ଦ ନ କରନ୍ତି, ତେବେ ତାହା ମହିଳାଙ୍କ ମନରେ ଆଘାତ ଦେଇଥାଏ । ଇଣ୍ଟରକୋର୍ସ ପରେ ଆଲିଙ୍ଗନ, କଥାବାର୍ତ୍ତା ଦୁଇଜଣଙ୍କ ମଧ୍ୟରେ ରୋମାଣ୍ଟିକ୍ ରିଲେସନସିପକୁ ମଜବୁତ କରିଥାଏ ।

Get real time updates directly on you device, subscribe now.