fbpx
BJD SKY
BJD SKY

ଶ୍ୱଶୁର ଘରେ ବିଷ ପଇ ଆତ୍ମହତ୍ୟା କଲା ଜ୍ବାଇଁ, ଆଜି ହେବ ଶବ ବ୍ୟବଚ୍ଛେଦ

BJD

ବାଲିାଟଣା (ଭାସ୍କର ନ୍ୟୁଜ୍‌): ବାଲିପା।ଟଣା ଥାନା ଅନ୍ତର୍ଗତ ସାହବ ନଗର ଗ୍ରାମର ପ୍ରଦିପ୍ତ କୁମାର ରାୟ (୪୫) କିଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ପ୍ରଦିପ୍ତ କୁମାର ରାୟ ଓରଫ୍‌ ଟନ୍‌ (୪୫) ତାଙ୍କ ବାରିଲୋ ସ୍ଥିତ ଶ୍ୱଶୁର ଘରେ କୌଣସି କାରଣବଶତଃ ମାନସିକ ଭାରସାମ୍ୟ ହରାଇ  ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ଶରୀର ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏନେଇ ପୁଅ ଘରଲୋକ ହତ୍ୟା ଅଭିଯୋଗ ଆଣିଥିବା ସୂଚନା ମିଳିଛି।

Get real time updates directly on you device, subscribe now.