fbpx
BSKY SKY
BSKY SKY

ଦିୱାଲୀରେ ପତ୍ନୀଙ୍କୁ ପୂଜା କରି ମା’ ଲକ୍ଷ୍ମୀଙ୍କୁ କଲେ ନିନ୍ଦା, photo ସେୟାର କରି ଟ୍ରୋଲର ଶିକାର ହେଲେ ନେତା

BSKY

ଲକ୍ଷ୍ନୌ:ବିବାଦୀୟ ବୟାନ ଦେଇ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହି ଆସୁଥିବା ସମାଜବାଦୀ ପାର୍ଟି ବରିଷ୍ଠ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦିୱାଲି ଅବସରରେ ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଏକ୍ସରେ ନିଜ ପତ୍ନୀଙ୍କୁ ପୂଜା କରୁଥିବାର ଫଟୋ ପୋଷ୍ଟ କରି ମା’ ଲକ୍ଷ୍ମୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ପୋଷ୍ଟ ପରେ ସେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲର ଶିକାର ହୋଇଛନ୍ତି ।

ଏକ୍ସରେ ନିଜ ପୋଷ୍ଟରେ ସେ ଲେଖିଛନ୍ତି, ଦୁନିଆରେ ଜନ୍ମ ନେଇଥିବା ସମସ୍ତ ଶିଶୁ ଦୁଇ ହାତ, ଦୁଇ ପାଦ, ଦୁଇ କାନ, ଦୁଇ ଆଖି ନେଇ ଜନ୍ମଗ୍ରହଣ କରିଛନ୍ତି । କିନ୍ତୁ ମା’ ଲକ୍ଷ୍ମୀଙ୍କର କିପରି ୪ ହାତ ଆସିଲା । ଏହାକୁ ନେଇ ସେ ୟୁଜର୍ସଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ।

ସ୍ୱାମୀ ଗତ କିଛି ସମୟ ଧରି ରାମଚରିତ ମାନସ, ବ୍ରାହ୍ମଣ ଓ ଭଗବାନ ରାମଙ୍କ ଉପରେ ବିବାଦୀୟ ବୟାନ ଦେଇ ଆସୁଛନ୍ତି । ଏହାକୁ ନେଇ ତାଙ୍କ ବିରୁଦ୍ଧରେ ଏଫଆଇଆର୍ ବି ଦାୟର ହୋଇଛି । ଦିୱାଲି ଦିନ ସ୍ୱାମୀ ନିଜ ପତ୍ନୀଙ୍କୁ ପୂଜା ଓ ସମ୍ମାନ କରୁଥିବାର ଫଟୋ ଏକ୍ସରେ ପୋଷ୍ଟ କରିଛନ୍ତି ।

ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ସାରା ବିଶ୍ୱର ପ୍ରତ୍ୟେକ ଧର୍ମ, ଜାତି, ରଙ୍ଗରେ ଜନ୍ମ ନେଉଥିବା ଶିଶୁଙ୍କର ୨ ହାତ, ୨ ଗୋଡ, ୨ କାନ, ୨ ଆଖି, ଗୋଟିଏ ମୁଣ୍ଡ, ପେଟ ଓ ପିଠି ରହିଛି । କିନ୍ତୁ ୪, ୧୦, ୨୦ କିମ୍ବା ହଜାର ହାତ ଥିବା ଶିଶୁ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇନାହାନ୍ତି । ତେଣୁ ୪ ହାତ ବାଲା ଲକ୍ଷ୍ମୀ କିପରି ଜନ୍ମ ନେଇପାରନ୍ତି । ତେଣୁ ଯଦି ଆପଣ ଲକ୍ଷ୍ମୀ ଦେବୀଙ୍କ ପୂଜା କରିବାକୁ ଚାହୁଁଛନ୍ତି ତେବେ ନିଜ ଘରବାଲୀଙ୍କ ପୂଜା ଓ ସମ୍ମାନ କର ବୋଲି ସେ ଲେଖିଛନ୍ତି । କାରଣ ଘରବାଲୀ ହିଁ ଘର ତଥା ପରିବାରର ପାଳନ ପୋଷଣ, ସୁଖ ସମୃଦ୍ଧି, ଖାଦ୍ୟପେୟ ଇତ୍ୟାଦିର ଦାୟିତ୍ୱ ବେଶ୍ ନିଷ୍ଠାର ସହ ସଂପନ୍ନ କରିଥାଏ ।

Get real time updates directly on you device, subscribe now.