fbpx

ଜାତୀୟ ଯୁବ ଦିବସରେ ମନେ ପଡନ୍ତି ସ୍ବାମୀ ବିବେକାନନ୍ଦ: ଐତିହାସିକ ଇଡେନ ଗାର୍ଡେନରେ ନେଇଥିଲେ ୭ ୱିକେଟ୍

ନୂଆଦିଲ୍ଲୀ: ସ୍ଵାମୀ ବିବେକାନନ୍ଦଙ୍କ ୧୫୯ ତମ ଜନ୍ମ ଜୟନ୍ତୀ ଅବସରରେ ପାଳିତ ହେଉଛି ଜାତୀୟ ଯୁବ ଦିବସ। ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ୧୯୮୫ ମସିହାରୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି। ଆପଣ ମାନଙ୍କୁ ଜଣାଇବାକୁ ଚାହିଁବୁ କି ବିବେକାନନ୍ଦ କେବଳ ଜଣେ ବାଗ୍ମୀ ସାଧକ ଓ ବକ୍ତା ନଥିଲେ ବରଂ ଜଣେ ବଢିଆ କ୍ରିକେଟର ମଧ୍ଯ ଥିଲେ। ଐତିହାସିକ ଇଡେନ୍ ଗାର୍ଡେନ ମଇଦାନରେ ୭ ୱିକେଟ୍ ନେଇଥିଲେ ସ୍ଵାମୀ ବିବେକାନନ୍ଦ।

ଏହା ସେ ସମୟର କଥା ଯେତେବେଳେ, ବିବେକାନନ୍ଦ ନରେନ୍ଦ୍ର ନାଥ ଦତ୍ତ ଭାବରେ ପରିଚିତ ଥିଲେ। କୋଲକତା କ୍ରିକେଟ୍ କ୍ଲବ ଏବଂ ଟାଉନ୍ କ୍ଲବ ମଧ୍ୟରେ ଖେଳା ଯାଇଥିବା ମୁକାବିଲାରେ ୭ ୱିକେଟ୍ ଅକ୍ତିଆର କରିଥିଲେ ବିବେକାନନ୍ଦ ବା ନରେନ୍ଦ୍ର ନାଥ। ଟାଉନ୍ କ୍ଲବ ପଟରୁ ଖେଳୁଥିବା ନରେନ୍ଦ୍ର ୭ ୱିକେଟ୍ ନେଇଥିଲେ। ୧୮୮୪ ମସିହାରେ ଏହି ମ୍ୟାଚ୍ ଖେଳା ଯାଇଥିଲା। Eden gardens: legends and romance ବହିରେ ଏ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି। ପରବର୍ତୀ ସମୟରେ ଆଧ୍ୟାତ୍ମିକ ପଥ ବାଛି ନେବା ସହିତ ବିବେକାନନ୍ଦ ପାଲଟି ଯାଇଥିଲେ। ବର୍ତ୍ତମାନ ଭାରତୀୟ ଦଳର ପେସ ବୋଲର ମହମ୍ମଦ ଶମି ଏହି କ୍ଲବ ପକ୍ଷରୁ କ୍ରିକେଟ୍ ଖେଳିଛନ୍ତି।

Get real time updates directly on you device, subscribe now.