fbpx

ନ୍ୟୁୟର୍କ ସ୍ୱାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା, ଦୂତାବାସ ପକ୍ଷରୁ ଘଟଣାର ନିନ୍ଦା

ୱାସିଂଟନ: ଆମେରିକାର ନ୍ୟୁୟର୍କସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ମେଲଭିଲେରେ ଥିବା ଏହି ମନ୍ଦିର ବାହାରେ ଲାଗିଥିବା ସାଇନ ବୋର୍ଡରେ ସ୍ଫ୍ରେ ପେଣ୍ଟ କରି ଆପତ୍ତିଜନକ କଥା ଲେଖାଯାଇଛି । ଏହି ଘଟଣାକୁ ଭାରତ କଡା ନିନ୍ଦା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛି । ଘଟଣା ପରେ ସେଠାରେ ପୋଲିସ ଆଲର୍ଟରେ ରହିଛି । ନ୍ୟୁୟର୍କ ଭାରତୀୟ ବାଣିଜ୍ୟ ଦୂତାବାସ ମନ୍ଦିର ଭଙ୍ଗାରୁଜା ଘଟଣାକୁ କୁତ୍ସିତ, ଘୃଣା ବୋଲି କହିବା ସହ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଛି ।
ନ୍ୟୁୟର୍କସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଏକ୍ସ ପ୍ଲାଟଫର୍ମରେ କହିଛି କି, ନ୍ୟୁୟର୍କର ମେଲଭିଲେରେ ବିଏପିଏସ ସ୍ୱାମୀନାରାୟଣ ମନ୍ଦିର ନିକଟରେ ଥିବା ସାଇବୋର୍ଡକୁ ନଷ୍ଟକରିବା ଗ୍ରହଣୀୟ ନୁହେଁ । ଆଗକୁ ଆହୁରି କୁହାଯାଇଛି କି, ଦୂତାବାସ ଭାରତୀୟ ସମୁଦାୟ ସହ ସମ୍ପର୍କରେ ରହିଛି ଓ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାମ କରୁଥିବା ସୁରକ୍ଷା ଏଜେନ୍ସି ନିକଟରେ ଦାବି ଉପସ୍ଥାପନ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଏମିତି ଘଟଣା ଘଟିଛି । ସେପ୍ଟେମ୍ବର ୨୨ରେ ନାସାଉ ଭେଟେରାନ୍ସ ମେମୋରିଆଲ କଲେଜିୟମ ଗସ୍ତରେ ଯିବେ ଓ ସେଠାରେ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସ୍ଥାନ ସ୍ୱାମୀନାରାୟଣ ମନ୍ଦିରଠାରୁ ୨୮ କିଲୋ ଦୂରତାରେ ଅବସ୍ଥିତ । ସେଠାରେ ହୋଇଥିବା ଏମିତି ଘଟଣାକୁ ଭାରତୀୟ ଦୂତାବାସ ମୋଦିଙ୍କ ଗସ୍ତ ପାଇଁ ଗୁରୁତର ସହ ନେଇଛି ।
ଘଟଣାକୁ ନେଇ ହିନ୍ଦୁ ଆମେରିକାନ ଫାଉଣ୍ଡେସନ ଏକ୍ସରେ ପୋଷ୍ଟ କରି ନ୍ୟାୟ ବିଭାଗ ଓ ଗୃହ ବିଭାଗକୁ ଘଟଣାର ତଦନ୍ତ ପାଇଁ ଦାବି କରିଛି ।

Get real time updates directly on you device, subscribe now.