fbpx

୨୬ ବର୍ଷ ବୟସରେ ମନ୍ତ୍ରୀମଣ୍ଡଳରେ ରୋମାନୀଆ ପର୍ମୋଖତରୀ, ନିଜ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଥିଲେ ଚର୍ଚ୍ଚାରେ

Advertisement

ନୂଆଦିଲ୍ଲୀ: ଭାରତ ଭଳି ଦେଶରେ ୪୦ ବର୍ଷ ପାର ତଥା ୫୦ ବର୍ଷ ବୟସ୍କମାନେ ଯୁବନେତା କହିବୁଲୁଛନ୍ତି । କିନ୍ତୁ ପ୍ରକୃତରେ ଯୁବନେତା କିପରି ହୋଇଥାନ୍ତି ତାହାର ଜ୍ୱଳନ୍ତ ଉଦାହରଣ ଏବେ ସ୍ୱୀଡେନ୍ ଦେଶରେ ଦେଖିବାକୁ ମିଳିଛି । ସ୍ୱୀଡେନ ସରକାରରେ ୨୬ ବର୍ଷୀୟ ରୋମାନୀଆ ପର୍ମୋଖତରୀଙ୍କୁ ଜଳବାୟୁ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି । ନୁତନ ପ୍ରଧାନମନ୍ତ୍ରୀ ଅଲଫ କ୍ରିଷ୍ଟରସନ ତାଙ୍କ ନାମ କ୍ୟାବିନେଟକୁ ସୁପାରିଶ କରିଥିଲେ। କ୍ରିଷ୍ଟରସନ ସୋମବାର ସଂସଦରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ ।

ରୋମାନିଆ ବର୍ତ୍ତମାନ ପର୍ଯ୍ୟନ୍ତ ଲିବରାଲ ପାର୍ଟି ଯୁବ ସଂଗଠନର ମୁଖ୍ୟ ଥିଲେ । ସେ ଏକ ରାଜନୈତିକ ପରିବାରରୁ ଆସିଥିବାରୁ ତାଙ୍କୁ ଏହି ସ୍ଥାନରେ ପହଞ୍ଚିବା ସହଜ ବୋଲି କୁହାଯାଉଛି । ତେବେ ରୋମାନିଆ ପୁର୍ବରୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନଙ୍କର ଖୁବ୍ ସମାଲୋଚନା କରିଥିଲେ । ସୋସିଆଲ ମିଡିଆରେ ଖୋଲାଖୋଲି ଭାବରେ ସେ କ୍ରିଷ୍ଟରସନଙ୍କର ଜୋରଦାର ସମାଲୋଚନା କରିଥାନ୍ତି । ତେବେ ବର୍ତ୍ତମାନ ତାଙ୍କର ପାର୍ଟୀ ସ୍ୱୀଡେନ୍ ଡେମୋକ୍ରାଟିକ୍ ଗଠବନ୍ଧନ କରିଛି, ସେ ତାଙ୍କର ନିକଟବର୍ତ୍ତି ଆସିଛନ୍ତି । ରୋମାନିଆଙ୍କ ପୁର୍ବରୁ ସ୍ୱୀଡେନର ୨୭ ବର୍ଷୀୟ ସର୍ବକନିଷ୍ଟ ମନ୍ତ୍ରୀ ରହି ସାରିଛନ୍ତି, ଆଉ ଏହି ରେକର୍ଡକୁ ରୋମାନିଆ ଭାଙ୍ଗି ଦେଇଛନ୍ତି ।

ରୋମାନିଆ ହେଉଛନ୍ତି ଜଣେ ଇରାନୀୟ ମୂଳ ବାସିନ୍ଦା। ଶୁକ୍ରବାର ସ୍ୱିଡେନର ନୂତନ ମିଳିତ ସରକାର ଘୋଷଣା କରାଯାଇଛି। ଦକ୍ଷିଣପନ୍ଥୀ ଦଳ ଏବଂ ଇମିଗ୍ରେସନ ବିରୋଧୀ ଦଳ ଡେମୋକ୍ରାଟଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ଏବଂ ଦୁହେଁ ହାତ ମିଳାଇଲେ। ଏହା ପରେ କ୍ରିଷ୍ଟରସନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ କ୍ରିଷ୍ଟରସନ ଏକ ନୂତନ କ୍ୟାବିନେଟ ମଧ୍ୟ ଘୋଷଣା କରିଛନ୍ତି।

 

 

Get real time updates directly on you device, subscribe now.