fbpx

ରାସ୍ତା ମଝିରେ ପ୍ରେମିକ-ପ୍ରେମିକା କଳି: ସମାଧାନ ପାଇଁ ଆସି ଯୁବତୀକୁ ସେକି ଦେଇ ଗଲେ ସ୍ୱିଗି ଡେଲିଭରୀ ବୟ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତା କଡରେ ଝଗଡା ଲାଗିବା ତଥା ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଜନୈକ ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡିଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଇଜି ପାର୍କ ନିକଟରେ ଏହି ପ୍ରେମୀ ଯୁଗଳ ରାସ୍ତା ମଝିରେ ପରସ୍ପର ସହିତ ଝଗଡା କରୁଥିଲେ । ଲୋକ ଜମା ହୋଇଥିଲେ ମଧ୍ୟ ସମସ୍ତେ ନୀରବଦ୍ରଷ୍ଟା ସାଜି ଦେଖୁଥିଲେ । ଏହି ସମୟରେ ଯାଉଥିବା ଜଣେ ସ୍ୱିଗି ଡେଲିଭରୀ ବୟ ହସ୍ତକ୍ଷେପ କରିବା ସହିତ ଉଭୟଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ।

ମାତ୍ର ଯୁବତୀ ଜଣଙ୍କ ଡେଲିଭରୀ ବୟଙ୍କ ଉପରକୁ ହାତ ଉଠାଇ ଦେଇଥିଲେ । ଏହାପରେ ଉତ୍ୟକ୍ତ ଡେଲିଭରୀ ବୟ ଜଣଙ୍କ କଷି ଦେଇ ଯାଇଥିଲେ । ଚାପୁଡା ପରେ ଚାପୁଡା ମାରିବା ସହିତ ଘରେ କଣ ତୁମର ବାପା ଭାଇ ନାହାନ୍ତି ବୋଲି କହିଥିଲେ ଡେଲିଭରୀ ବୟ । ଏପରିକି ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.