fbpx

(Video) ଭିତର ରତ୍ନ ଭଣ୍ଡାରରେ ରହିଛି ଖଣ୍ଡା ଓ ତଲୱାର! ମିଳିଲା ରାଜ ରାଜୁଡା ଅମଳର ଯୁଦ୍ଧ ସାମଗ୍ରୀ

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲାଯିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗୁମର । ରତ୍ନଭଣ୍ଡାର ଭିତରେ ମେଞ୍ଚା ମେଞ୍ଚା ବିଷଧର ସାପ ରହିଥିବା ଆଲୋଚନା ହେଉଥିଲା । ଏହାବ୍ୟତୀତ ରତ୍ନଭଣ୍ଡାରକୁ ନେଇ ଆହୁରି ଅନେକ କାହାଣୀ, ଲୋକକଥା ରହିଥିଲା । ବର୍ତ୍ତମାନ ରତ୍ନଭଣ୍ଡାର ଖୋଲିବା ପରେ ଏହାର ଗୁମର ଫିଟିଛି । ତେବେ ଭିତର ରତ୍ନଭଣ୍ଡାର ଭିତରେ ରାଜା ରାଜୁଡ଼ା ଅମଳର ଯୁଦ୍ଧ ହତିଆର ସବୁ ଥିବା ଜାଣିବାକୁ ମିଳୁଛି । ଏସବୁ ଅସ୍ତ୍ରଶସ୍ତ୍ର କାହାର ଏବଂ ଏଠାକୁ କିଏ ଆଣିଥିଲେ, ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହି ଖଣ୍ଡା ଇତ୍ୟାଦି କେଉଁ ଧାତୁରେ ଗଢା ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଭିତର ରତ୍ନ ଭଣ୍ଡାର ତାଲା ଭଙ୍ଗାଯିବା ପରେ ଚର୍ଚ୍ଚା ଲାଗି ରହିଥିଲା ଯେ ଭିତର ରତ୍ନ ଭଣ୍ଡାର ଭିତରେ କଣ ଅଛି  । ତେବେ ଏହାକୁ ନେଇ ଏବେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ଭିତର ରତ୍ନ ଭଣ୍ଡାର ଭିତରୁ ମିଳିଛି ରାଜ ରାଜୁଡା ଅମଳର ଖଣ୍ଡା ଓ ତଲୱାର । ଏକଥା ଆମେ କହୁନାହୁଁ ଏକଥା କହିଛନ୍ତି ନିଜେ ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ।

ସେପଟେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ଜଣାପଡି ନଥିବା ବେଳେ ଏହା କଳା ପଡିଯାଇଥିବା କୁହାଯାଉଛି । ଯେହେତୁ ଏହା ଦୀର୍ଘ ଦିନ ଧରି ଖୋଲା ଯାଇନାହିଁ ତେବେ କଳା ପଡି ଯାଇଛି । ଯାହା ଅନୁମାନ କରାଯାଉଛି ଯେ ଶହ ଶହ ବର୍ଷ ପୂର୍ବେ ଯେଉଁ ରାଜା ମାନେ ରାଜ୍ୟ ବିଜୟ କରି ୧୬ଟି ହାତୀରେ ସୁନା ଓ ଅଳଙ୍କାର ଆଣିଥିଲେ ଏହା ସେହି ସମୟର ସୁନା ଅଳଙ୍କାର । ସେପଟେ ରତ୍ନ ଭଣ୍ଡାରରେ ସୁଡଙ୍ଗ ମଧ୍ୟ ଅଛି କି ନାହିଁ ତାହାର ତଦନ୍ତ ପାଇଁ ସରକାରଙ୍କ ଅନୁମତି ସହ ଲେଜର ସ୍କାନିଂ କରାଯିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.