fbpx

ସୟଦ ମୋଦୀ ଇଣ୍ଟରନ୍ୟାସନାଲ ୨୦୨୨: ପିଭି ସିନ୍ଧୁଙ୍କୁ ମହିଳା ସିଙ୍ଗିଲ୍ସ ଟାଇଟଲ

ନୂଆଦିଲ୍ଳୀ: ଭାରତୀୟ ଏକ ନମ୍ବର ମହିଳା ସଟଲ ଷ୍ଟାର ପିଭି ସିନ୍ଧୁ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଟାଇଟଲ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲରେ ଅନ୍ୟତମ ଭାରତୀୟ ଖେଳାଳି ମାଳବିକା ବନ୍ସୋଡଙ୍କୁ ପରାସ୍ତ କରି ସିନ୍ଧୁ ଟାଇଟଲ ହାସଲ କରିଛନ୍ତି । ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ସିନ୍ଧୁ ସିଧାସଳଖ ସେଟରେ ବନ୍ସୋଡଙ୍କୁ ପରାସ୍ତ କରିଛନ୍ତି ।

୨୧-୧୩ ଓ ୨୧-୧୬ ସେଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ସିନ୍ଧୁ । ସାଇନା ନେହ୍ୱାଲଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିବା ମାଲବିକା କିନ୍ତୁ ଅତ୍ୟନ୍ତ ଅସହଜ ମନେ ହୋଇଥିଲେ । ପ୍ରଥମ ସେଟକୁ ୨୧-୧୩ରେ ଜିତି ନେଇଥିଲେ ସିନ୍ଧୁ । ଦ୍ୱିତୀୟ ସେଟରେ ମାଲବିକା ସାମାନ୍ୟ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ହେଁ ସିନ୍ଧୁ ବିଜୟୀ ହୋଇଥିଲେ । ଅନ୍ୟ ପକ୍ଷରେ ମିକ୍ସଡ ଡବଲ୍ସରେ ଭାରତୀୟ ଯୋଡି ଇଶାନ ଭଟ୍ଟନାଗର ଓ ତନିଶା କାଷ୍ଟ୍ରୋ ଚାମ୍ପିୟନ ହୋଇଛନ୍ତି । ୨୧-୧୬ ଓ ୨୧-୧୨ସେଟରେ ଇଶାନ-ତନିଶା ଯୋଡି ଆର୍ନାଉଡ ମର୍କଲେ ଏବଂ ଲୁକାସ କ୍ଲଅରବାଉଟଙ୍କୁ ପରାସ୍ତ କରିଛନ୍ତି ।

Get real time updates directly on you device, subscribe now.