fbpx

ଅନଲାଇନ୍ ପାଠପଢାର ନଗ୍ନ ଚିତ୍ର: ଗଛ ଉପରେ ପାଠ ପଢୁଛି କୁନି ଶିଶୁ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋବାଇଲ ଗଛ ଉପରକୁ ଗଲେ ପାଇବ ନେଟୱାର୍କ । ଆଉ ଏ ପିଲା ପଢ଼ିବେ ପାଠ । ଏଭଳି ଭାବେ ଚାଲିଛି ଅନଲାଇନ ମାଧ୍ୟମରେ ପିଲାଙ୍କୁ ପାଠପଢ଼ା । ଏକଥା ଆମେ କହୁନୁ ଏ ଭାଇରାଲ ହୋଇଥିବା ଭିଜୁଆଲ ହିଁ ଏହାର ବାସ୍ତବିକତାକୁ ଦର୍ଶାଉଛି । ଏହି ଚିତ୍ର ହିଁ ବୟାନ କରୁଛି ପାଠ ପଢ଼ା ପ୍ରତି ପିଲାଟିର କେତେ ଆଗ୍ରହ ରହିଛି । ଆଉ ଅନଲାଇନ ପାଠ ପଢ଼ିବା ପାଇଁ ପିଲାଟିକୁ କେତେ କସରତ କରିବାକୁ ପଡୁଛି । କାରଣ ପିଲାଟିର ମୋବାଇଲରେ ନେଟୱାର୍କ ନାହିଁ । ତାହାହେଲେ କେମିତି ନେଟ ଆସିବ ଆଉ ସେ ପାଠ ପଢ଼ିବେ ସେଥିପାଇଁ ସେ ଏଭଳି ବୁଦ୍ଧି ଖଟାଇଛନ୍ତି ।

ପିଲାଟି ପ୍ରଥମେ ଏକ ମୁଣିରେ ମୋବାଇଲକୁ ଭର୍ତ୍ତି କରି ତାକୁ ଏକ ସୂତା ସାହାଯ୍ୟରେ ଟାଣି ଗଛ ଉପରକୁ ନେଉଛନ୍ତି । ଆଉ ଉପରେ ନେଟୱାର୍କ ଆସିବା ପରେ ପୁନର୍ବାର ତଳକୁ ଆଣି ପାଠ ପଢ଼ୁଛନ୍ତି । ଏହି ଘଟଣା ପିଲାଟି ପାଇଁ ନିତିଦିନିଆ ଘଟଣା ହୋଇଯାଇଛି । ଯାହା ଏବେ ଭାଇରାଲ ହେବାକୁ ଲାଗିଛି । ଆଉ ଏହି ଭାଇରାଲ ଭିଡିଓଟି ହେଉଛି ଉପାନ୍ତ ଅଞ୍ଚଳ ରାୟଗଡାର ଚିତ୍ର । ତେବେ ପ୍ରଶ୍ନ ଉଠୁଛି । ସରକାର ପାଠ ପଢ଼ିବାର ବ୍ୟବସ୍ଥା ତ କରିଛନ୍ତି । ହେଲେ ବ୍ୟବସ୍ଥା ଭିତରେ ଏଯେଉଁ ଅବବ୍ୟସ୍ଥାର ଚିତ୍ର ଏଥି ପାଇଁ ନୀରିହ ପିଲାମାନଙ୍କୁ ହିଁ ଭୋଗିବାକୁ ପଡୁଛି । ଏ କଣ ଅନଲାଇନ ପାଠ ପଢ଼ାର ନୂଆ ଫର୍ମୂଲା କି?

Get real time updates directly on you device, subscribe now.