fbpx

ଟି-ଟେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ: ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ, ବନ୍ଧୁ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ନିଆରା ଲଢ଼େଇ

ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଦେଖିବାକୁ ମିଳିବ ନିଆରା ଲଢ଼େଇ । ଏକଦା ଦୁଇ ଓପନର ଯୋଡିଦାର ଓ ବନ୍ଧୁ ଥିବା ଜଷ୍ଟିନ ଲାଙ୍ଗର ଓ ମାଥ୍ୟୁ ହେଡେନଙ୍କ ମଧ୍ୟରେ ହେବ ଏହି ମୁକାବିଲା । ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଖେଳାଳି ଜଷ୍ଟିନ ଲାଙ୍ଗର ଓ ହେଡେନ ଟେଷ୍ଟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା ଥିଲେ । ବର୍ତ୍ତମାନ ଉଭୟ ଦୁଇ ପୃଥକ ଦଳର କୋଚ ଭାବେ କାର୍ଯ୍ୟରତ । ଲାଙ୍ଗର ଅଷ୍ଟ୍ରେଲିଆ ଦଳର କୋଚ ଥିବା ବେଳେ ହେଡେନ ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ ପରାମର୍ଶଦାତା ଅଛନ୍ତି । ଉଭୟଙ୍କ ବୟସ ୫୦ ବର୍ଷ ଲେଖାଏଁ ହୋଇଥିବା ବେଳେ ଏହି ଦୁଇ ମହାନ ଖେଳାଳିଙ୍କ ଦଳ ପରସ୍ପରକୁ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ପରସ୍ପରକୁ ଭେଟିବେ । ହେଡେନ କହିଛନ୍ତି ଯେ ବାସ୍ତବିକ ଏହା ଏକ ଭିନ୍ନ ଭାବନା ଓ ଅନୁଭୂତି । ତେବେ ଦୁଇ ଦେଶର ଖେଳାଳିଙ୍କୁ ଅନୁପ୍ରାଣିତ କରାଇବାରେ କାହାର ଅବଦାନ କେତେ ରହିଛି,ତାହା ଏହି ମ୍ୟାଚ ଅବସରରେ ପ୍ରମାଣିତ ହେବ ।

ସବୁଠାରୁ ଗୁରୁତ୍ୱୂର୍ଣ୍ଣ ବିଷୟ ହେଲା ଯେ ଉଭୟ ବହୁ ଦିନଧରି ଅଷ୍ଟ୍ରେଲିଆ କ୍ରିକେଟ ଦଳର ଓପନର ଭାବେ ୨୦୦୧ରୁ ୨୦୦୭ ପର୍ଯ୍ୟନ୍ତ ମହତ ସେବା କରିଥିଲେ । ଓପନିଂ ଯୋଡିରେ ଉଭୟ ସଂଗ୍ରହ କରିଥିଲେ ୫,୬୫୫ ରନ । ସେହି ରି ଦୁହେଁ ୧୦୦ ଲେଖାଏଁ ଟେଷ୍ଟ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ହେଡେନ ଟେଷ୍ଟ କ୍ରିକେଟରେ ୮,୬୨୩ ଓ ଲାଙ୍ଗର ୭,୬୯୬ ରନ କରିଥିଲେ । ତେବେ ହେଡେନଙ୍କ ପାକିସ୍ତାନ ଦଳ ଚଳିତ ଟି- ୨୦ ବିଶ୍ୱକପ ସୁର ୧୨ପର୍ଯ୍ୟାୟର ପାଞ୍ଚ ମ୍ୟାଚରେ ଅପରାଜେୟ ଭାବେ ସେମିଫାଇନାଲକୁ ଆସିଥିବା ବେଳେ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚରୁ ୪ ବିଜୟ ସହିତ ସେମିରେ ପ୍ରବେଶ କରିଛି । ମାତ୍ର ଏହି ଲଢ଼େଇରେ କିଏ ଜିତାପଟ ମାରିବ ତାହା ଅପେକ୍ଷାର ବିଷୟ ।

Get real time updates directly on you device, subscribe now.