fbpx
BJD SKY
BJD SKY

ଭାରତ ଓ ପାକିସ୍ତାନର Live ମ୍ୟାଚ୍ ମୋବାଇଲରେ ମାଗଣାରେ ଦେଖିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି କାମ

BJD

ନୂଆଦିଲ୍ଲୀ: ଟି ୨୦ କ୍ରିକେଟ ୱାର୍ଲ୍ଡ କପ୍ ଆରମ୍ଭ ହୋଇଯାଇଛି । ୱାର୍ଲ୍ଡ କପ୍ ୧୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ଏହା ୧୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଆଇପିଏଲ ପରେ ଟି୨୦ ୱାର୍ଲ୍ଡ କପ୍ ୨୦୨୧ ହେଉଛି, ଯାହାକି ୟୁଏଇରେ ଆୟୋଜିତ କରାଯାଇଛି । ଭାରତର ପ୍ରଥମ ମ୍ୟାଚ୍ ପାକିସ୍ତାନ ସହିତ ଖେଳାଯିବ, ଯାହାକୁ ଫ୍ୟାନ୍ସମାନେ ଅପେକ୍ଷା କରି ବସିଛନ୍ତି । ଯେଉଁମାନଙ୍କ ପାଖରେ ଟିଭି ନାହିଁ, ସେମାନେ ମୋବାଇଲରେ ଲାଇଭ୍ ମ୍ୟାଚ୍ ଦେଖିବାକୁ ଯୋଜନା କରୁଛନ୍ତି । ତେବେ ଭାରତରେ ଟି୨୦ ୱାର୍ଲ୍ଡ କପ୍ Disney+Hotstarରେ ଦେଖାଯାଇପାରିବ । ତେବେ ଆସନ୍ତୁ ଜାଣିବା ଆପଣ ଏଥିରେ କିପରି ମାଗଣାରେ ମ୍ୟାଚ୍ ଦେଖିବେ…

ଜିଓର ୪୯୯ ରିଚାର୍ଜ ପ୍ଲାନ୍: ଏଥିରେ Disney+Hotstar ମୋବାଇଲ୍ ସବସ୍କ୍ରିପସନ୍, ୩ ଜିବି ଡାଟା / ଦିନ + ୬ ଜିବି ଅତିରିକ୍ତ ଡାଟା, ମାଗଣା ଭଏସ୍ କଲ୍, ଦୈନିକ ୧୦୦ ଏସଏମଏସ ଏବଂ ଜିଓ ଆପ ପାଇଁ ଏକ୍ସେସ ସାମିଲ ରହିଛି । ରିଚାର୍ଜ ପ୍ଲାନର ବୈଧତା ୨୮ ଦିନ ରହିଛି ।

୬୬୬ ଟଙ୍କା ମୂଲ୍ୟର ଜିଓ ରିଚାର୍ଜ ପ୍ଲାନ୍: ଏଥିରେ Disney+Hotstar ମୋବାଇଲ୍ ସବସ୍କ୍ରିପସନ୍, ୨ ଜିବି ଡାଟା / ଦିନ, ମାଗଣା ଭଏସ୍ କଲ୍, ଦୈନିକ ୧୦୦ ଏସଏମଏସ୍ ଏବଂ ଜିଓ ଆପର ସୁବିଧା ରହିଛି । ରିଚାର୍ଜ ପ୍ଲାନର ବୈଧତା ୫୬ ଦିନ ରହିଛି ।

୮୮୮ ଟଙ୍କାର ଜିଓ ରିଚାର୍ଜ ପ୍ଲାନ: ଏଥିରେ Disney+Hotstar ମୋବାଇଲ୍ ସବସ୍କ୍ରିପସନ୍, ୨ ଜିବି ଡାଟା / ଦିନ + ୫ ଜିବି ଅତିରିକ୍ତ ଡାଟା, ମାଗଣା ଭଏସ୍ କଲ୍, ଦୈନିକ ୧୦୦ ଏସଏମଏସ ଏବଂ ଜିଓ ଆପର ସୁବିଧା ରହିଛି । ରିଚାର୍ଜ ପ୍ଲାନର ବୈଧତା ୮୪ ଦିନ ରହିଛି ।

ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଏୟାରଟେଲ ପ୍ରିପେଡ୍ ପ୍ଲାନ୍
ଯଦି ଆପଣ ଜଣେ ଏୟାରଟେଲ୍ ଗ୍ରାହକ , ତେବେ ଆପଣ ଟି୨୦ ବିଶ୍ୱକପ୍ ୨୦୨୧ ମ୍ୟାଚ୍ ମଧ୍ୟ ମାଗଣାରେ ଦେଖିପାରିବେ । କାରଣ ଅପରେଟର ନିଜ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରିପେଡ୍ ଆଣିଛି । ଏୟାରଟେଲର ୪୯୯ ଟଙ୍କା ପ୍ରିପେଡ୍ ଯୋଜନାରେ ପ୍ରତିଦିନ ୩ ଜିବି ଡାଟା, ୨୮ ଦିନର ବୈଧତା, ଅନଲିମିଡେଟ୍ ଭଏସ୍ କଲ୍ ଏବଂ Disney+Hotstar ମୋବାଇଲ୍ ସବସ୍କ୍ରିପସନ୍ ମାଗଣାରେ ପ୍ରଦାନ କରୁଛି । ଏୟାରଟେଲର ୬୯୯ ଟଙ୍କା ଯୋଜନା ମଧ୍ୟ ଅଛି, ଯେଉଁଠାରେ ୫୬ ଦିନର ବୈଧତା ସହ ଆପଣଙ୍କୁ ଦୈନିକ ୨ ଜିବି ଡାଟା ଦିଆଯାଏ । ଏହା ବ୍ୟତୀତ Disney+Hotstar ମୋବାଇଲ୍ ସବସ୍କ୍ରିପସନ୍ ମାଗଣାରେ ଉପଲବ୍ଧ ।

ଟି୨୦ ବିଶ୍ୱକପ୍ ୨୦୨୧ ପାଇଁ ଭୋଡାଫୋନ୍-ଆଇଡିଆ ପ୍ରିପେଡ୍ ପ୍ଲାନ୍
ଭୋଡାଫୋନ୍ ଆଇଡିଆ ମଧ୍ୟ Disney+Hotstar ସବସ୍କ୍ରିପସନ୍ ସହ ୫୦୧, ୬୦୧, ୭୦୧, ୯୦୧ ଏବଂ ୨୫୯୫ ଟଙ୍କାର ପ୍ରିପେଡ୍ ଯୋଜନା ପ୍ରଦାନ କରୁଛି । ୫୦୧ ଟଙ୍କା ଯୋଜନା ୧୬ଜିବି ଅତିରିକ୍ତ ଡାଟା ସହିତ ୩ଜିବି ଡାଟା ଏବଂ ୨୮ ଦିନର ବୈଧତା ରହିଛି ।

Get real time updates directly on you device, subscribe now.