fbpx

T20 WC, India vs Pakistan: ପାକ୍ ରେ ହେଉଛି କୋହଲୀଙ୍କ ପ୍ରଶଂସା, ଫଟୋ ଟୁଇଟ୍ କଲା ପିସିବି

ନୂଆଦିଲ୍ଲୀ: ଭାରତୀୟ ଟିମ୍ କୁ ଟି-୨୦ ବିଶ୍ୱକପ୍ ୨୦୨୧ ରେ ନିଜର ପ୍ରଥମ ମୁକାବିଲାରେ ହାର୍ ର ସାମନା କରିବାକୁ ପଡ଼ିଛି । ରବିବାର ଦିନ ଦୁବାଇରେ ଟିମ୍ ଇଣ୍ଡିଆର ଚିର-ପ୍ରତିଦ୍ୱନ୍ଦୀ ପାକିସ୍ତାନ ୧୦ଟି ୱିକେଟ୍ ରେ ଜିତ୍ ହାସଲ କରିଛି । ତେବେ ବିଶ୍ୱକପ୍ ଇତିହାସରେ ପ୍ର୍ରଥମ ଥର ଭାରତଠାରୁ ପାକିସ୍ତାନ ଜିତ୍ ହାସଲ କରିଛି । ତେବେ ମ୍ୟାଚ୍ ସରିବା ପରେ ଦୁଇ ଟିମ୍ ର ଖେଳାଳୀ ମାନେ ଖେଳ ଭାବନା ପ୍ରଦର୍ଶନ କରିବାକୁ ଯାଇ ଦର୍ଶକଙ୍କ ହୃଦୟ ଜିତି ଯାଇଛନ୍ତି ।

ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଏକ ଫଟୋ ସେୟାର୍ କରିଛି । ଯାହାକୁ ଲୋକଙ୍କ ପ୍ରତିକ୍ରିୟା ଖୁବ୍ ଭଲ ମିଳିଛି । ଫଟୋକୁ ପିସିବି ଟୁଇଟ୍ କରିବା ପରେ ତାକୁ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲଙ୍କୁ ଖୁବ୍ ପ୍ରଶଂସା କରାଯାଉଛି । ପିସିବି ଫଟୋକୁ ସେୟାର୍ କରି କ୍ୟାପସନ୍ ରେ ଳେଖିଛନ୍ତି ଯେ, ସ୍ପିରିଟ୍ ଅଫ୍ କ୍ରିକେଟ୍ ।

ସେହିପରି ସୋସିଆଲ ମିଡିଆରେ ମ୍ୟାଚ୍ ସମାପ୍ତି ସମୟର ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ କୋହଲୀ ବିପକ୍ଷ କ୍ୟାପଟେନ୍ ବାବର୍ ଆଜମ୍ ଏବଂ ରିଜୱାନ୍ ଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହା ସହିତ ବିରାଟ, ମହମ୍ମଦ୍ ରିଜୱାନ୍ ଙ୍କୁ ଖୁସିରେ ହସି ହସି କୋଳେଇ ନେଉଛନ୍ତି । ଏହି ଦୃଶ୍ୟକୁ ଏବେ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

ସୂଚନାଯୋଗ୍ୟ, ଟସ୍ ହାରିବା ପରେ ପ୍ରଥମ ବ୍ୟାଟିଂ କରି ଭାରତ ୧୫୧ ରନ୍ ସଂଗ୍ରହ କରିଥିଲେ । କ୍ୟାପଟେନ୍ ବିରାଟ କୋହଲୀ ୪୯ ବଲ୍ ରେ ୫୭ ରନ୍ କରିଥିଲେ । ତାଙ୍କ ବ୍ୟତୀତ ରିଷଭ ପନ୍ତ ମଧ୍ୟ ୩୯ ରନ୍ ବନାଇଥିଲେ । ତେବେ ଅଧିନାୟକ ବିରାଟ କୋହଲିଙ୍କ ୫୭ ଏବଂ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କ ୩୯ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରି ସମ୍ମାନ ରଖିଥିଲା ଭାରତ। ଏହାର ଜବାବରେ ପାକିସ୍ତାନ ତାର ଯୁବ ଅଧିନାୟକ ବାବର ଆଜମ (୬୮*) ଏବଂ ମହମ୍ମଦ ରିଜୱାନ (୭୯*)ଙ୍କ ଧମାକାଦାର ବ୍ୟାଟିଂ ବଳରେ ୧୩ ବଲ୍ ପୂର୍ବରୁ ବିନା ୱିକେଟ୍ରେ ୧୫୨ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ମ୍ୟାଚ୍ ଆରମ୍ଭରୁ ପାକିସ୍ତାନର ରଣନୀତି ଆଗରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲା। ସାହିନ ଆଫ୍ରିଦିଙ୍କ ଘାତକ ବୋଲିଂ ଯୋଗୁଁ ଭାରତ ୩୧ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଯାଇଥିଲା।

Get real time updates directly on you device, subscribe now.