fbpx

ଆରମ୍ଭ ହେଲା ଟି ୨୦ ବିଶ୍ୱକପ୍ ମହାମୁକାବିଲା; ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ଟି -୨୦ ବିଶ୍ୱ କପର ଅନ୍ତିମ ଦିନ ବା ଫାଇନାଲ ମ୍ୟାଚ୍ । ଏହି ଫାଇନଲରେ ପାକିସ୍ତାନ ଏବଂ ଇଂଲଣ୍ଡ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଦିନ ୧.୫ ରେ ଖେଳ ଆରମ୍ଭ ହୋଇଥିବା ବେଳେ ଇଂଲଣ୍ଡ ଟସ୍  ଜିତିଛି । ଏଥିସହିତ ସେ ଫିଲ୍ଡିଂ କରିବାର ନିଷ୍ପତି ନେଇଛି । ତେବେ ଇଂଲଣ୍ଡ ଟିମର କ୍ୟାପଟେନ୍ ଏହି ନିଷ୍ପତ୍ତି ନେଇଛନ୍ତି ।

ଆଜି ମେଲବର୍ଣ୍ଣ ଗ୍ରାଉଣ୍ଡରେ ଏହି ଦୁଇ ଦଳ ପରସ୍ପରକୁ ଭେଟିଛନ୍ତି । ଫାଇନାଲ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିଥିବା ବେଳେ ସେ ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ଦେଇଛି । ତେବେ ଟି-୨୦ ବିଶ୍ୱ କପ୍ କୁ ହାତେଇବା ପାଇଁ ଦୁଇ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ଏଥିସହିତ ଏହି ମ୍ୟାଚକୁ ଦେଖିବା ପାଇଁ ମେଲବର୍ଣ୍ଣ ଷ୍ଟାଡିୟରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସିଥିବା ଜଣା ପଡିଛି ।

ତେବେ ସେମି-ଫାଇନାଲରେ ଇଂଲଣ୍ଡ ଓ ଭାରତ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ଟସ୍ ହାରିବା ସହ ଆଗ ବ୍ୟାଟିଙ୍ଗ କରିଥିଲା । ତେବେ ଏହି ସେମି-ଫାଇନାଲରେ ଭାରତ ୨୦ ଓଭରରେ ୧୬୯ ରନ୍ କରିଥିବା ବେଳେ ଇଂଲଣ୍ଡ ମାତ୍ର ୧୬ ଓଭରରେ ବିନା କୌଣସି ୱିକେଟ ହରାଇ ୧୭୦ ରନ୍ କରି ଭାରତକୁ ପରାସ୍ତ କରିଥିଲା ଏବଂ ଫାଇନାଲରେ ନିଜର ସ୍ଥାନକୁ ବଜାୟ ରଖିଥିଲା । ସେହିପରି ପାକିସ୍ତାନ ମଧ୍ୟ ସେମିଫାଇନାଲରେ ୧୯ ଓଭରରରେ ୩ ୱିକେଟ ହରାଇ ୧୫୩ ରନ ହାସଲ କରିବା ସହ ନିୟୁଜଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲ ଟିକେଟ୍ ହାତେଇଥିଲା । ସେମିଫାଇନାଲରେ ଜିତିଥିବା ଏହି ଦୁଇ ଦଳ ଆଜି ଫାଇନାଲ ମ୍ୟାଚରେ ଆମ୍ନା-ସାମ୍ନା ହୋଇଛନ୍ତି ।

Get real time updates directly on you device, subscribe now.