fbpx

ଟି-୨୦ ବିଶ୍ୱକପ: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତି, କ୍ରିଜରେ ରାହୁଲ-ରୋହିତ

ମେଲବର୍ଣ୍ଣ: ଭାରତ ଏବଂ ଜିମ୍ବାବେ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ଶେଷ ମ୍ୟାଚ୍ ଜାରି ରହିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି । ଜିମ୍ବାୱେ ବିପକ୍ଷରେ ଭାରତ ଗୋଟିଏ ପରିବର୍ତ୍ତନ ସହିତ ପଡ଼ିଆକୁ ଓହ୍ଲାଇଛି । ଟିମ୍‌ରେ ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିଛି ।

ଭାରତ ପାଇଁ ଆଜିର ମ୍ୟାଚ୍ ବହୁତ ଗୁରୁତ୍ୱପୁର୍ଣ୍ଣ ଥିଲା । କିନ୍ତୁ ନେଦରଲ୍ୟାଣ୍ଡସ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଟୁର୍ଣ୍ଣାମେଣ୍ଟର ସ୍ଥିତିକୁ ବଦଳାଇ ଦେଇଥିଲା । ଯାହା ଭାରତକୁ ସେମିଫାଇନାଲ ପାଇଁ କ୍ୱାଲିଫାଇ କରିବାର ରାସ୍ତ ସହଜ କରି ଦେଇଥିଲା । କିନ୍ତୁ ଭାରତ ପାଇଁ ବର୍ତ୍ତମାନ ମଧ୍ୟ ଏହି ମୁକାବିଲା ବେଶ୍ ଗୁରୁତ୍ୱପୁର୍ଣ୍ଣ ଅଟେ । କାରଣ ପାକିସ୍ତାନ ଏବେ ଗ୍ରୁପ ପର୍ଯ୍ୟାୟରେ ପଏଣ୍ଟ ଟେବୁଲର ଶିର୍ଷରେ ରହିଛି । ତେବେ ଭାରତ ଏହାର ଶେଷ ମୁକାବିଲା ଜିତି ପ୍ରଥମ ସ୍ଥାନକୁ ଯିବାକୁ ଚାହିଁବ ।

Get real time updates directly on you device, subscribe now.