fbpx

ଦକ୍ଷିଣ ଆଫ୍ରିକାର ପରାଜୟ ପରେ ଯଦି ସଚିନଙ୍କ ଟ୍ଵିଟ୍ ଦେଖି ନାହାନ୍ତି ତ, ଆଉ କଣ ଦେଖିଛନ୍ତି, ଏମିତି ଟ୍ରୋଲିଂ ଦେଖିନଥିବେ…

ନୂଆଦିଲ୍ଲୀ: ଆଇସିସି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ଦଳକୁ ଚୋକର୍ସ କୁହାଯାଏ। ବଡ ବଡ ଟୁର୍ଣ୍ଣାମେଣ୍ଟରେ ଦମଦାର ଆରମ୍ଭ କରିବା ପରେ ଦକ୍ଷିଣ ଆଫ୍ରିକା ଦଳ ବାଦ୍ ପଡିବା କୌଣସି ନୂଆ କଥା ନୁହେଁ। ମାତ୍ର ଚଳିତ ଟି-୨୦ ବିଶ୍ଵ କପରେ ଏହି ଦଳ ଏମିତି ବାଦ୍ ପଡିଲା, ଯାହାକୁ ଅନେକ ବର୍ଷ ଧରି ମନେ ରଖାଯିବ। ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଆରମ୍ଭ କରିଥିଲା। ବାଂଲାଦେଶ ଏବଂ ଭାରତକୁ ହରାଇଥିବା ବେଳେ ଜିମ୍ବାଓ୍ଵେ ବିପକ୍ଷ ମୁକାବିଲା ବର୍ଷାରେ ଧୋଇ ହୋଇଗଲା। ପାକିସ୍ତାନଠୁ ହାରିବା ସତ୍ତ୍ଵେ ବି ଦକ୍ଷିଣ ଆଫ୍ରିକାକୁ ସେମି ଫାଇନାଲରେ ପହଞ୍ଚିବାର ସବୁଠୁ ବଡ ଦାବିଦାର କୁହାଯାଉଥିଲା। ମାତ୍ର ନେଦରଲାଣ୍ଡଠୁ ହାରି ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ଵ କପ୍ ୨୦୨୨ରୁ ବିଦା ହୋଇଛି। ଦଳର ପରାଜୟ ପରେ ସଚିନ ତେନ୍ଦୁଲକରଙ୍କ ଟ୍ଵିଟ୍ ବର୍ତ୍ତମାନ ଖୁବ୍ ଭାଇରାଲ୍ ହୋଇଛି।

ଦକ୍ଷିଣ ଆଫ୍ରିକା ନିଜର ଶେଷ ମ୍ୟାଚରେ ନେଦରଲାଣ୍ଡ ନିକଟରୁ ୧୩ ରନରେ ପରାଜିତ ହୋଇଛି। ଏହି ପରାଜୟ ପରେ ତେନ୍ଦୁଲକର ଟ୍ଵିଟ୍ କରିଛନ୍ତି ଯେ, ଜଣେ ବନ୍ଧୁଙ୍କ ସହ ସକାଳ ଭୋଜନ କରିବାକୁ ଯାଇଥିଲି। ତାଙ୍କୁ କହିଲି ଆମେ ଡଚ୍ କରିବୁ। He almost choked at the proposition’।

ସଚିନ ତେନ୍ଦୁଲକର ବହୁତ କମ ଟ୍ରୋଲ୍ କରନ୍ତି। ମାତ୍ର ତାଙ୍କର ଏହି ଟ୍ଵିଟ୍ ଦର୍ଶାଉଛି ଯେ, ତାଙ୍କର ସେନ୍ସ ଅଫ ହ୍ୟୁମର କେତେ ଜବରଦସ୍ତ। ଦକ୍ଷିଣ ଆଫ୍ରିକାର ପରାଜୟ ସହିତ ଭାରତୀୟ ଦଳ ତୃତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଏବେ ପାକିସ୍ତାନ ମଧ୍ୟ ସେମି ରେ ପହଂଚିଛି। ଭାରତ ନିଜର ଶେଷ ମୁକାବିଲାରେ ଜିମ୍ବାଓ୍ଵେକୁ ଭେଟିବ।

Get real time updates directly on you device, subscribe now.