fbpx

ଟି୨୦ ବିଶ୍ୱକପ୍: ଆଥିୟାଙ୍କ ଜନ୍ମଦିନ ପାଳନ କଲେ କେ ଏଲ୍ ରାହୁଲ, ଦେଲେ ଏହି ଗିଫ୍ଟ

ନୂଆଦିଲ୍ଲୀ: ଭାରତ, ସ୍କଟଲ୍ୟାଣ୍ଡକୁ ଟି୨୦ ବିଶ୍ୱକପ୍ ରେ ୮ ୱିକେଟ୍ ରେ ହରାଇ ବିଜୟ ହାସଲ କରିଛି । ଭାରତ ମାତ୍ର ୬.୩ ଓଭର୍ ରେ ଜିତ୍ ହାସଲ କରି ଦମଦାର୍ ବିଜୟ ପ୍ରାପ୍ତ କରିଛି । ତେବେ ଗତକାଲିର ମ୍ୟାଚ୍ ରେ ଭାରତ ଭଲ ପ୍ରଦର୍ଶନ କରି ସେମିଫାଇନାଲ୍ କୁ ଯିବା ନେଇ ଆଶାକୁ ଆହୁରି ବଢ଼ାଇଦେଇଛି । ତେବେ ଏହି ମ୍ୟାଚ୍ ରେ କେ ଏଲ୍ ରାହୁଲ୍ ମାତ୍ର ୧୮ ବଲ୍ ରେ ନିଜର ଅର୍ଦ୍ଧଶତକ ମାରି କ୍ରିକେଟ୍ ପ୍ରେମୀଙ୍କ ମନ ଜିତିଯାଇଛନ୍ତି । ଅନ୍ୟପଟେ ଏହି ଖୁସିର ମଉକାରେ କେ ଏଲ୍ ରାହୁଲ ନିଜ ବାନ୍ଧବୀ ତଥା ଅଭିନେତ୍ରା ଆଥିଆ ସେଟ୍ଟୀଙ୍କୁ ପ୍ରପୋଜ୍ କରିଛନ୍ତି ।

 

View this post on Instagram

 

A post shared by KL Rahul? (@rahulkl)

ଗତକାଲିର ମ୍ୟାଚ୍ ରେ ରାହୁଲ ୧୮ ବଲ୍ ରେ ଅର୍ଦ୍ଧଶତକ କରିବା ସହିତ ୬ଟି ଚାରି ୩ଟି ୬ ମାରିଛନ୍ତି । ସ୍କଟଲ୍ୟାଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଜିତିବା ପରେ ରାହୁଲ ବାନ୍ଧବୀ ଆଥିୟାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଏହି ମଉକାରେ ସେ ନିଜର ଇନଷ୍ଟାଗ୍ରାମରେ ଆଥିୟାଙ୍କ ସହିତ ଫଟୋ ପୋଷ୍ଟ କରିଛନ୍ତି । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ରାହୁଲ ଫଟୋ ପୋଷ୍ଟ କରି ଲେଖିଛନ୍ତି ଜନ୍ମଦିନର ଶୁଭେଚ୍ଛା ମୋ ଆଥିୟା । ଦୁହେଁ ଫଟୋରେ ବହୁତ୍ କ୍ୟୁଟ୍ ଦେଖାଯାଉଛନ୍ତି । ଫଟୋରେ ଦୁହିଁଙ୍କ ପ୍ରେମ ଦେଖିବାକୁ ମିଳିଛି । ପୂର୍ବରୁ ସୋମନଙ୍କ ରିଲେସନ୍ କୁ ନେଇ ଅନେକ ଖବର ସାମନାକୁ ଆସିଛି । ତେବେ କେ ଏଲ୍ ରାହୁଲଙ୍କ ଏହି ଅର୍ଦ୍ଧଶତକ ଆଥିୟାଙ୍କ ପାଇଁ ଏକ ଖୁବ୍ ସୁନ୍ଦର ଉପହାର ବୋଲି ୟୁଜର୍ସ ମାନେ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.