fbpx

୪ ଜିଲ୍ଲାରେ ବଦଳିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ: ୧୫ଟି ଆସନରେ ଚାଲିବ ମହିଳାଙ୍କ ରାଜୁତି, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ପର୍ଯ୍ୟାୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା । ତେବେ ଗତ ଚିଠା ତାଲିକାଠାରୁ ଚୂଡ଼ାନ୍ତ ତାଲିକାରେ ୪ଟି ଜିଲ୍ଲାରେ ସଂରକ୍ଷଣ ବଦଳିଛି । ପଛୁଆବର୍ଗ ପାଇଁ ୪ଟି, ଅନୁସୂଜିତ ଜାତି ପାଇଁ ୪ଟି, ଅନୁସୂଚିତ ଜନଜାତି ପାଇଁ ୧୦ଟି, ୧୨ଟି ଆସନ ଅଣସଂରକ୍ଷିତ ରଖାଯାଇଛି । ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏନେଇ ତାଲିକା ପ୍ରକାଶ ପାଇଥିବା ବେଳେ ଏହା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି ।

ଗତ ମାସ ୧୬ରେ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଥିଲା । ଆପତ୍ତି, ଅଭିଯୋଗ ପରେ ସମସ୍ତ ଦିଗକୁ ଅନୁଧ୍ୟାନ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଛି । ତେବେ କେନ୍ଦୁଝର, ଗଜପତି, ନୟାଗଡ଼ ଓ ସୋନପୁର ଆଦି ୪ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ବଦଳିଛି । କେନ୍ଦୁଝରରେ ପଛୁଆ ବର୍ଗରୁ ଅନୁସୂଚିତ ଜନଜାତି (ମହିଳା), ଗଜପତିରେ ପଛୁଆ ବର୍ଗରୁ ଅନୁସୂଚିତ ଜନଜାତି (ମହିଳା), ନୟାଗଡ଼ରେ ଅନୁସୂଚିତ ଜନଜାତି (ମହିଳା)ରୁ ପଛୁଆ ବର୍ଗ, ସୋନପୁରରେ ଅନୁସୂଚିତ ଜନଜାତି (ମହିଳା)ରୁ ପଛୁଆ ବର୍ଗକୁ ସଂରକ୍ଷଣ ପରିବର୍ତ୍ତନ କରାଯାଇଛି । ମୋଟ ୩୦ଟି ଜିଲ୍ଲାରୁ ୧୫ଟିରେ ଅଧ୍ୟକ୍ଷ ପଦବୀ ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଅନୁଗୁଳ, କଳାହାଣ୍ଡି, କଟକ, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଢେଙ୍କାନାଳ, ନୂଆପଡ଼ା, ବରଗଡ଼, ରାୟଗଡ଼ା, ବୌଦ୍ଧ, ଭଦ୍ରକ, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀରେ ବସିବେ ମହିଳା । ଆଜି ସମସ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ନିର୍ବାଚନ ଆୟୋଗଙ୍କ ଆଲୋଚନା ନେଇ ଏକ ସର୍ବଦଳୀୟ ବୈଠକ ବସିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.