fbpx

ଭାରତ ବାହାରେ ହେବ ଟି-୨୦ ବିଶ୍ୱକପ, ଏନେଇ ICCକୁ ସୂଚନା ଦେଲା BCCI

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ଆୟୋଜନ ଏବେ ଦେଶ ବାହାରେ ହେବାକୁ ନିଷ୍ପତ୍ତି ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜିତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଭାରତରେ ଏବେ କରୋନା ମହାମାରୀ ଦ୍ୱିତୀୟ ଲହର ଚାଲିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଏହାର ଆଭ୍ୟନ୍ତରୀଣ ପ୍ରସ୍ତୁତି ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଇସିସିକୁ ସୂଚନା ଦେଇଛି ।

ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୟୁଏଇକୁ ପ୍ରଥମ ବିକଳ୍ପ ଭାବେ ବିବେଚନା କରାଯାଇଥିଲା । ବର୍ତ୍ତମାନ ଅବୁ-ଧାବି, ଦୁବାଇ ଓ ଶାରଜାହ ସହିତ ଓମାନର ରାଜଧାନୀ ମସ୍କଟକୁ ଚତୁର୍ଥ ବିକଳ୍ପ ସ୍ଥାନ ଭାବେ ଯୋଡା ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅକ୍ଟୋବର ମାସର ଶେଷ ସପ୍ତାହରେ ହେବ । ଆଇସିସି ବୋର୍ଡରେ ଏହି ଘଟଣାକ୍ରମ ବିଷୟରେ ଅବଗତ ଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗୋପନୀୟତା ସର୍ତ୍ତରେ ପିଟିଆଇକୁ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.