fbpx
BSKY
BJD MC SKY
BJD YOUTH SKY

ତବଲିଗି ଜମାତ ଉପରେ କଟକଣା ଲଗାଇଲା ସାଉଦି ଆରବ, କହିଲା- ଏହି ସଂଗଠନ ଆତଙ୍କବାଦୀଙ୍କ ପ୍ରବେଶ ଦ୍ଵାର

ନୂଆଦିଲ୍ଲୀ : ସୁନ୍ନି ଇସଲାମି ଅତିବାଦୀ ସଂଗଠନ ତବଲିଗି ଜମାତ ଉପରେ କଟକଣା ଲଗାଇଲା ସାଉଦି ଆରବ। ସରକାର ଏହି ସଂଗଠନକୁ ଆତଙ୍କବାଦୀଙ୍କ ପ୍ରବେଶ ଦ୍ଵାର ବୋଲି କହିଛନ୍ତି। ସାଉଦି ଇସଲାମିକ ମାମଲାର ମନ୍ତ୍ରଣାଳୟ ତବଲିଗି ଜମାତ ବିଷୟରେ ଅବଗତ କରାଇବାକୁ ମସଜିଦ ଉପଦେଶମାନଙ୍କୁ ଆଦେଶ ଦେଇଛନ୍ତି।
ଏହି ସଂଗଠନକୁ ପଥଭ୍ରଷ୍ଟ, ବିଚଳନ ଓ ବିପଦପୂର୍ଣ୍ଣ ସ୍ଥାନ ଘୋଷଣା କରିବାକୁ ସରକାର ମସଜିଦଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ତବଲିଗି ଜମାତ ଆତଙ୍କବାଦର ଦ୍ଵାର ଦେଶ ମଧ୍ୟରୁ ଏକ। ତବଲିଗି ଜମାତର ସବୁଠୁ ବଡ ଭୁଲ ଜଣାଇବାକୁ ସରକାର କହିଛନ୍ତି। ଏହି ସଂଗଠନରୁ ସମାଜ ପ୍ରତି ରହିଥିବା ବିପଦ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ୧୯୨୬ରେ ଭାରତରେ ଗଠନ ହୋଇଥିବା ତବଲିଗି ଜମାତ ହେଉଛି ଏକ ସୁନ୍ନି ଇସଲାମିକ ମିଶନାରୀ ଆନ୍ଦୋଳନ। ଏହା ମୁସଲମାନରୁ ସୁନ୍ନି ଇସଲାମ ହେବା ଏବଂ ଧାର୍ମିକ ଭାବେ ରହିବାକୁ ଅପିଲ କରିଥାଏ। ଏହି ସଂଗଠନ ପୋଷାକ ପରିଚ୍ଛନ, ବ୍ୟକ୍ତିଗତ ବ୍ୟବହାର ଓ ଅନୁଷ୍ଠାନର ଶୁଦ୍ଧ ଇସଲାମର ଓକିଲାତି କରିଥାଏ।
ସମଗ୍ର ଦୁନିଆରେ ତବଲିଗି ଜମାତର ଆନୁମାନିକ ସଂଖ୍ୟା ୩୫ ରୁ ୪୦ କୋଟି ସଦସ୍ୟ ରହିଛନ୍ତି। ଏମାନଙ୍କର ମୂଳ୍ୟ ଲକ୍ଷ୍ୟ ଧର୍ମ ଅନୁସାରେ ବଞ୍ଚିବା ଏବଂ ରାଜନୀତିରୁ ଦୂରେଇ ରହିବା। ୟୁନାଇଟେଡ୍ ଷ୍ଟେଟ୍ସ ଇନଷ୍ଟିଚ୍ୟୁଟ୍ସ ଅଫ ପିସ୍ ତବଲିଗି ଜମାତକୁ ଏକ ଇସଲାମି ପୁନରୁଦ୍ଧାରକାରୀ ସଂଗଠନ ଦର୍ଶାଇଛି। ଆତଙ୍କବାଦ ସମ୍ବନ୍ଧରେ ଅନେକ ଥର ଏହି ସଂଗଠନର ନାମ ଉଠିଛି।

Get real time updates directly on you device, subscribe now.