fbpx

ନକଲି ମାର୍କସିଟ୍ ଦେଇଥିଲେ: ବିଧାୟକଙ୍କୁ ଗିରଫ କରିନେଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଧାନସଭା ସଦସ୍ୟ ଇନ୍ଦ୍ର ପ୍ରତାପ ଓରଫ ଖବୁ ତିୱାରୀଙ୍କୁ ଏକ ୨୮ ବର୍ଷ ପୁରୁଣା ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ଏଥିସହିତ ତାଙ୍କୁ ୮ ହଜାର ଟଙ୍କାର ଜରିମାନା ହୋଇଛି । ପୁନଶ୍ଚ ସ୍ଥାନୀୟ ସ୍ୱତନ୍ତ୍ର ଅଦାଲତ ରାୟ ଆଧାରରେ ତାଙ୍କ ସଦସ୍ୟ ପଦ ରଦ୍ଧ କରାଯାଇଛି ।

ଇନ୍ଦ୍ର ପ୍ରତାପ ସମ୍ପ୍ରତି ଅଯୋଧ୍ୟା ଅନ୍ତର୍ଗତ ଗୋସାଇଗଞ୍ଜ ଆସନରୁ ବିଧାୟକ ଅଛନ୍ତି । ସେ ନିମ୍ନ ଶ୍ରେଣୀର ନମ୍ବର ତାଲିକା ଜାଲ କରି ୧୯୯୨ ରେ ସ୍ଥାନୀୟ ସାକେତ ସ୍ନାତକ ମହାବିଦ୍ୟାଳୟରେ ନାମ ଲେଖାଇଥିବା ନେଇ ଅଧ୍ୟକ୍ଷ ଅଭିଯୋଗ କରିଥିଲେ, ଯାହା କି ଅଦାଲତରେ ପ୍ରମାଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ତାଙ୍କ ସଦସ୍ୟ ପଦ ରଦ୍ଧ ହୋଇଥିବା ବିଧାନସଭା ସଚିବାଳୟ ସୂତ୍ରରୁ ପ୍ରକାଶ

Get real time updates directly on you device, subscribe now.