fbpx

ଫୋନ ହଜିଯାଇଛି କି? ଏମିତି ସୁରକ୍ଷିତ ରଖନ୍ତୁ ନିଜର UPI id

ନୂଆଦିଲ୍ଲୀ: ଆଜିକାଲି ର ନୂତନ ପୀଢ଼ି ପାଇଁ ମୋବାଇଲ ଫୋନ ଏକ ନିହାତି ଆବଶ୍ୟକୀୟ ଜିନିଷ ପାଲଟିଯାଇଛି । ହାତରେ ସ୍ମାର୍ଟ ଫୋନଟେ ନଥିଲେ ଜୀବନ ଅନ୍ଧକାରମୟ ଲାଗିଥାଏ । ଏହା ସହିତ ପୋନରେ ଗୁଗୁଲ ପେ, ଫୋନ ପେ ଓ ପେଟିଏମ ନଥିଲେ ସାଧାରଣ ବର୍ଗର ଲୋକଟିଏ ପାଇଁ ବଞ୍ଚିବା କାଠିକର ପାଠ ହୋଇଯାଇଛି । ତେଣୁ ଆଜିକାଲି ପ୍ରାୟ ସମସ୍ତଙ୍କ ଫୋନର ବ୍ୟବହାର ସହ ଫୋନପେ,ଗୁଗୁଲ ପେ ଓ ପେଟିଏମ ଭଳି ଆପଲିକେସନ ବ୍ୟବହାର କରୁଛନ୍ତି । ସହଜରେ ଟଙ୍କା ନେଣଦେଣ ପାଇଁ ଏହି ସବୁ ଆପଲିକେସନ ବେଶ ସହାୟକ ଓ ନିତ୍ୟାନ୍ତ ଜରୁରି ହୋଇପଡ଼ିଛି । କିନ୍ତୁ ଏହି ସବୁ ଆପଲିକେସନ ଯେତିକି ସହାୟକ ହୋଇଥାଏ ସେତିକି ଆମ ପାଇଁ ବିପଦ ମଧ୍ୟ ଆଣି ଦେଇଥାଏ । କାରଣ ଯଦି କେବେ କୌଣସି ବ୍ୟକ୍ତିଙ୍କର ଫୋନ ଚୋରି ହୋଇଯାଏ ତେବେ ଏହି ସବୁ ଆପଲିକେସନ ଦ୍ୱାରା ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରି ହେବାର ଭୟ ରହିଥାଏ । ଯଦି ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ତେବେ କ’ଣ କରିବେ ଆସନ୍ତୁ ଜାଣିବା ।

ଯଦି ଆପଣଙ୍କ ଫୋନ ଚୋରି ହୋଇଯାଇଛି ଏବଂ ସେଥିରେ ଥିବା ପେଟିଏମ ଆକାଉଣ୍ଟ କୁ ଡ଼ିଲିଟ କରିବାକୁ ଚାହୁଁଛନ୍ତି ତାହାଲେ, ପ୍ରଥମେ ଅନ୍ୟଏକ ଡ଼ିଭାଇସରେ ପେଟିଏମ ଡ଼ାଉନଲୋଡ଼ କରି ସେଥିରେ ନିଜର ପୁରୁଣା ୟୁଜର ନେମ୍, ପାଶୱାର୍ଡ ଏବଂ ନମ୍ବର ଦେବାକୁ ହେବ । ଆକାଉଣ୍ଟ ଖୋଲିବା ପରେ ୟୁଜର୍ସଙ୍କୁ ପ୍ରଥମେ ହୋମ ମେନ୍ୟୁ ଯିବାକୁ ହେବ । ସେଠାରୁ ପ୍ରୋଫାଇଲ୍ ସେଟିଂ କୁ ଯାଇ ସିକୁ୍ୟରିଟି ଏବଂ ପ୍ରାଇଭେସି ସେକ୍ସନକୁ ଯିବାକୁ ପଡ଼ିବ । ଏଠାରେ ଆପଣଙ୍କୁ ‘ମ୍ୟାନେଜ ଆକାଉଣ୍ଟଅଫ ଅଲ ଡ଼ିଭାଇସ’ ଅପସନକୁ ଯାଇ ଆକାଉଣ୍ଟକୁ ଲଗ ଆଉଟ କରିବାକୁ ପଡ଼ିବ । ଧ୍ୟାନ ରଖିବେ, ଆକାଉଣ୍ଟ ଲଗଆଉଟ କରିବା ସମୟରେ ସିଷ୍ଟମ ପଚାରିବ, ‘କଣ ଆପଣ ସତରେ ଏପରି କରିବାକୁ ଚାହୁଁଛନ୍ତି । ଯଦି ୟୁଜର୍ସ ଏଥିରେ ରାଜି ତାହେଲେ ‘ୟସ୍’ ବଟନକୁ ସିଲେକ୍ଟ କରିପରିବେ ।

ଯଦି ଆକାଉଣ୍ଟ ବ୍ଲକ କରିବାରେ କୌଣସି ବି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ପେଟିଏମର ହେଲ୍ପଲାଇନ ନମ୍ବର ୦୧୨୦୪୪୫୬୪୫୬ କୁ କଲ କରି ପରାମର୍ଶ ନେଇପାରିବେ । ଏହା ବ୍ୟତିତ ପେଟିଏମ ୱେବସାଇଟ ରିପୋର୍ଟ ଏ ଫ୍ରଡ଼୍ ଅପସନ ଉପରେ କ୍ଲି୍କ କରିପାରିବେ । ପେଟିଏମ ମାଧ୍ୟମରେ ଆମେ ଛୋଟ ଆମାଉଣ୍ଟଠୁ ଆରମ୍ଭ କରି ବଡ଼ ଆମାଉଣ୍ଟର ନେଣଦେଣ କରିପାରିଥାଉ । ସପିଙ୍ଗ୍ ହେଉ କି ହୋଟେଲ ରେ ପେମେଣ୍ଟ କରିବା ସମୟରେ ଛୋଟ ବଡ଼ ପ୍ରୟ ସବୁ ଦୋକାନରେ ପେଟିଏମ ଏବଂ ଗୁଗୁଲ ପେ ଓ ଫୋନପେ ର ବ୍ୟବହାର କରୁଛନ୍ତି । ଯଦି ଏଭଳି ପରିସ୍ଥିତି ରେ ଆପଣଙ୍କ ଫୋନ ହଜିଯାଏ କି ଚୋରି ହୋଇ ଯାଏ ତେବେ ଏପରି କରିବା ଦ୍ୱାରା ଆପଣ ପୁନଃ ଆପଣଙ୍କ ଆକାଉଣ୍ଟକୁ ଅନ୍ୟଏକ ଡ଼ିଭାଇସରେ ଖୋଲିକି ଆପଣଙ୍କ ପେମେଣ୍ଟ କରିବାର ସରଳ ଉପାୟକୁ ବଜାୟ ରଖିପାରିବେ ।

Get real time updates directly on you device, subscribe now.