ନୂଆଦିଲ୍ଲୀ- ମିଡିଲ ଇଷ୍ଟରେ ହିଜବୁଲ୍ଲା, ଗାଜା ପରେ ତହରିର ଅଲ ସାମ ରଚୁଛି ନରସଂହାର । ଗାଜା ଓ ଲେବାନନ ପରେ ସିରିଆ ଆତଙ୍କୀ ଗତବିଧି ବୃଦ୍ଧି ହେବା ସହ ନରସଂହାର ଆରମ୍ଭ ହୋଇଛି । ସିରିଆ ସରକାରକୁ ଗାଦିଚ୍ୟୁତ କରିବାକୁ ଆତଙ୍କୀ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ଦେଶର ଦ୍ୱିତୀୟ ବଡ ସହର ଅଲେପ୍ପୋରେ ତାଣ୍ଡବ ଲୀଳା ଖେଳାଇଛି । ସହରର ବହୁ ଅଞ୍ଚଳକୁ ନିଜ କବଜାକୁ ନେଇସାରିଲାଣି ତହରିର ଅଲ ସାମ । ଆଠ ବର୍ଷ ଆଗରୁ ଏହି ସଂଗଠନ ସେଠାରେ ରକ୍ତର ହୋରି ଖେଳୁଥିଲା ।
ସିରିଆ ସେନା ତରଫରୁ ଅଲପ୍ପୋର ଏକ ବଡ ଅଞ୍ଚଳ ତହରିର କବଜାରେ ଥିବା ପୁଷ୍ଟି କରାଯାଇଛି । ସେନା ଓ ଆତଙ୍କୀଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି, କିନ୍ତୁ ଏହି ଅଞ୍ଚଳରେ ଆତଙ୍କୀ ସଂଗଠନ ନରସଂହାର କରୁଥିବା କଥା ସେନା ତରଫରୁ କୁହାଯାଇଛି । ଏହି ସ୍ଥାନ ସେନା ହାତରୁ ଚାଲିଯାଇଥିବା ମଧ୍ୟ କୁହାଯାଇଛି । ଏହି ସଂଗଠନ ସିରିଆରେ ପୂର୍ବରୁ ମଧ୍ୟ ନିଜ ସ୍ଥିତି ସୁଦୃଢ କରିବା ସହ ସରକାରକୁ ନାକରେ ପାଣି ପିଆଇ ଦେଇଥିଲା । ତେବେ ୨୦୧୬ରେ ରାଷ୍ଟ୍ରପତି ବଶର ଅଲ ଅସହ ଆତଙ୍କୀ ସଂଗଠନ ବିରୋଧରେ ସେନାର କାର୍ଯ୍ୟକ୍ରମ ବଢାଇ ଦେଇଥିଲେ । ଫଳରେ ସଂଗଠନ ଅଲେପ୍ପୋ ଛାଡିବାକୁ ବାଧ୍ୟହୋଇଥିଲା ତଥା ଏହା ପରେ ଦୁର୍ବଳ ହୋଇଯାଇଥିଲା ।
ଆଠ ବର୍ଷ ଆଗରୁ ତରରିର ଅଲ ସାମକୁ ଦେଶରୁ ବିତାଡିତ କରିବାରେ ଋଷ, ଇରାନ, ଶିୟା ମିଲିଶିୟା ସିରିଆକୁ ସମର୍ଥନ ଦେଇଥିଲେ । ଏଠାରେ କହି ରଖୁ କି ୨୦୧୧ରୁ ସିରିଆରେ ଗୃହ ଯୁଦ୍ଧ ଜାରି ରହିଛି । ଏଯାଏଁ ୫ ଲକ୍ଷରୁ ଅଧିକଲୋକଙ୍କ ମୃତ୍ୟୁ ହେଲାଣି । ଏବେ ପୁଣି ସଂଗଠନ ସକ୍ରୀୟ ହେବା ପରି କିଏ ସିରିଆକୁ ସହାୟତା କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏବେ ଇରାନ ଓ ଇଜରାଏଲ ମଧ୍ୟରେ ଓ ଋଷ -ୟୁକ୍ରେନ ଯୁଦ୍ଧରେ ସାମିଲ ହୋଇଛନ୍ତି ।