ନୂଆଦିଲ୍ଲୀ: ବାତ୍ୟା ଦାନାକୁ ଲୋକେ ଭୁଲି ନଥିବା ବେଳେ ଏକ ପୁଣି ଆଉ ଏକ ବାତ୍ୟା ଡରାଉଛି । ଅକ୍ଟୋବର ଶେଷରେ ଆଉ ଏକ ବାତ୍ୟା ମାଡ ହୋଇପାରେ । ବିଶାଳ ଆଖି ଧରି ବାତ୍ୟା ମୁହାଁଇଛି । ଘଣ୍ଟାପ୍ରତି ପବନର ବେଗ 250 କିମି ଏବଂ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ବୃଦ୍ଧି ପାଇ ୩୦୦ କି.ମି ହେବା ନେଇ ଆକଳନ କରାଯାଇଛି । ପୂର୍ବ–ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସହ ଭୟଙ୍କର ଭୂସ୍ଖଳନର ଭୟ ରହିଛି ।
ସୃଷ୍ଟି ହୋଇ ସାରିଛି ବାତ୍ୟା ଆଖି ଯାହାକି ବିରାଟକାୟ ହୋଇ ମାଡି ଆସୁଛି । ଯେଉଁ ଆଖିର ଆକାର ୧୦୦ କିମି ରହିଛି । ଯାହାକି ବାତ୍ୟା ଇତିହାସର ସବୁଠାରୁ ବଡ଼ ଆଖି ବୋଲି ଆକଳନ କରାଯାଇଛି । ଏହି ବାତ୍ୟା ଯେଉଁଠି ଲ୍ୟାଣ୍ଡଫଲ କରିବ ସେ ଯାଗାର ଚିହ୍ନବର୍ଣ୍ଣ ଲିଭିଯିବା ନେଇ ଆକଳନ କରାଯାଉଛି । ଅଶାନ୍ତ ସମୁଦ୍ରରେ ବଳ ଗୋଡାଇ ସ୍ଥଳଭାଗ ମୁହାଁ ହେଲାଣି ବାତ୍ୟା, ଆଉ କିଛି ସମୟ ପରେ ଏଇଠି ହିଟ୍ କରିବ। ସ୍ଥଳଭାଗ ଛୁଇଁବା ବେଳେ ପବନ ବେଗ ଘଣ୍ଟାପ୍ରତି ୩୦୦ କି.ମି ବେଗରେ ବହିବ । ଟାଇଫୁନକୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆସନ୍ତାକାଲି ବାତ୍ୟା ଲ୍ୟାଣ୍ଡଫଲ କରିବ । ତେବେ ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ରହିବ ୨୫୦ କିଲୋମିଟର। ତେବେ ଏହି ସୁପର ଟାଇଫୁନ୍ ଇତିହାସର ସବୁ ଠୁ ବଡ଼ ଆଖି ବୋଲି କୁହାଯାଉଛି। ତାଇୱାନରେ ଲ୍ୟାଣ୍ଡଫଲ କରିବ ସୁପର ଟାଇଫୁନ୍ । ତାଇୱାନର ପୂର୍ବ ଓ ଉତ୍ତର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ତାଇୱାନରେ ନିୟମିତ ଭାବେ ଜୁଲାଇ ଅକ୍ଟେବର ମାସରେ ବାତ୍ୟା ଆସେ। ତେବେ ତାଇୱାନକୁ ଅକ୍ଟେବର ଶେଷରେ ସବୁଠୁ ବିରଳ ବାତ୍ୟା ଟାଇଫୁନ୍ ବୋଲି କୁହାଯାଇଛି। ତେବେ ଏହି ସୁପର ଟାଇଫୁନକୁ ମୁକାବିଲା କରିବା ପାଇଁ ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପୁରା ପ୍ରସ୍ତୁତ ରହିଛନ୍ତି । ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ଯାଉଥିବାରୁ ବିମାନ ସେବା ପ୍ରଭାବିତ ହୋଇଛି ।