fbpx

୬ ମାସ ପରେ ଆଜିଠୁ ଖୋଲିଲା ତାଜମହଲ

ଆଗ୍ରା,୨୧ ।୯: କରୋନା ମହାମାରୀ ସଙ୍କଟ ମଧ୍ୟରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଖୋଲାଯାଇଛି । ସାମାଜିକ ଦୂରତା ଓ ଅନ୍ୟ କୋଭିଡ଼ ନିୟମ ଅନୁଯାୟୀ ପର୍ଯ୍ୟଟକମାନଙ୍କୁ ତାଜମହଲ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ । ଏହା ବ୍ୟତିତ ପ୍ରତିଦିନ କେବଳ ୫୦୦୦ ପର୍ଯ୍ୟଟକଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଆଗ୍ରା କିଲ୍ଲାକୁ ଯିବାକୁ ଦୈନିକ ୨,୫୦୦ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ । ଅଧିକାରୀଙ୍କ କହିବା ମୁତାବକ , ପ୍ରବେଶ ଟିକେଟ କେବଳ ଅନଲାଇନରେ କିଣିପାରିବେ ।

ତେବେ କରୋନା ଯୋଗୁଁ ଗତ ୬ ମାସ ଧରି ତାଜମହଲ ବନ୍ଦ ରହିଥିଲା । ପ୍ରେମର ସଙ୍କେତ ବା ତାଜ ମହଲକୁ କିଛି ନିୟମ ମୁତାବକ ପ୍ରବେଶ ରହିଛି । ସାମାଜିକ ଦୂରତା ବଜାୟ ରଖିବା ସହ ହ୍ୟାଣ୍ଡ୍ ସାନିଟାଇଜିଂ ଉପରେ ଗୁରୁତ୍ୱ ଦିଆଯାଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.