fbpx

ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ, ୨୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଓଡ଼ିଶା ହାଇକୋର୍ଟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ହାଇକୋର୍ଟ । ଆଜି ବିଚାର ହେବାକୁ ଥିବା ମାମଲା ୨୩ରେ ହେବ । ୨୨ରୁ ୨୫ ତାରିଖ ଯାଏଁ ଥିବା ଜାମିନ ଆବେଦନର ଶୁଣାଣି ୨୪,୨୫, ୨୮ ଓ ୨୯ ତାରିଖରେ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.