fbpx

ପେନସନ ପାଇଁ ଚକବନ୍ଦୀ କର୍ମଚାରୀଙ୍କ ଚାକିରି ଯୋଗଦାନକୁ ହିସାବକୁ ନିଅ: ହାଇକୋର୍ଟ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରଜିତ ପଞ୍ଚାୟତ ମଞ୍ଜୁରୀ ଗ୍ରାମର ରବିନ୍ଦ୍ର କୁମାର ମିଶ୍ରଙ୍କୁ ପେନସନ ପ୍ରଦାନ ପାଇଁ ଚାକିରିରେ ଯୋଗଦାନ ସମୟ ଠାରୁ କାର୍ଯ୍ୟକାଳ ହିସାବ କରିବାକୁ ଓଡିଶା ହାଇକୋର୍ଟ ଆଦେଶ ଦେଇଛନ୍ତି । ଧାମନଗର ତହସିଲର ଚେନମ୍ୟାନ ଭାବେ ଅବସରଗ୍ରହଣ କରିଥିବା ଶ୍ରୀ ମିଶ୍ରଙ୍କୁ ଯୋଗଦାନ ଠାରୁ ଅବସରକାଳୀନ ସୁବିଧା ଦେବା ପାଇଁ ଆଦେଶ ଦେଇଛନ୍ତି ।

ପେନସନ ପ୍ରଦାନ ପାଇଁ ଶ୍ରୀ ମିଶ୍ରଙ୍କ ଯୋଗଦାନ ଠାରୁ ୬ବର୍ଷ ଚାକିରିକାଳ ଭାବେ ଗ୍ରହଣ କରାଯାଇନଥିଲା । ଏହାକୁ ଚ୍ୟାଲେଞ୍ଜ କରି ଶ୍ରୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ବିଚାର କରି ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି । ଆଇନଜିବୀ ତୁଷାରକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.