fbpx

ଶ୍ରାବଣର ମଜା ନେଉଛନ୍ତି ତାଲିବାନୀ, ସେନା ବିମାନରେ ଦଉଡି ବାନ୍ଧି ଖେଳିଲେ ଦୋଳି । ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସମ୍ପୂର୍ଣ୍ଣ ଭାବେ ତାଲିବାନ୍ କବଜାକୁ ଆସିଯିବା ପରେ ଅନେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ତାଲିବାନ ଯୁବକ ମଜା କରୁଥିବା ନଜର ଆସିଛନ୍ତି । ଅନେକ ଭିଡିଓରେ ତାଲିବାନ ଯୁବକ ଛୋଟପିଲାଙ୍କ ଭଳି ଖୁସି ହେଉଥିବା ଦେଖିବାକୁ ମିଳିଛି । ସେହିପରି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଯୁଦ୍ଧ ବିମାନ ଉପରେ ଦଉଡି ବାନ୍ଧି ସେଥିରେ ଦୋଳି ଖେଳୁଥିବା ଦେଖିବାକୁ ମିଳିଛି ।

ତେବେ ଆମେରିକା ସେନା ଆଫଗାନିସ୍ତାନରୁ ପ୍ରତ୍ୟାହାର କରିବା ପରେ ତାଲିବାନମାନେ ସମ୍ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରିଥିଲେ । ଏହା ପରେ ସେଠାରେ ନୂଆ ସରକାର ଗଠନର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଗୋଟିଏ ପଟେ ତାଲିବାନ ନେତା ସରକାର ଗଢ଼ୁଥିବା ବେଳେ ଅନ୍ୟପଟେ ସେମାନଙ୍କ ଯୁବକମାନେ ମସ୍ତି କରୁଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଯୁବକମାନେ ଦୋଳି ଖେଳୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଲୋକମାନେ ଅଧିକ ସେୟାର କରିବା ସହ କମେଣ୍ଟ ଦେଉଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଚୀନର ଜଣେ ଅଧିକାରୀ ସେୟାର କରିଛନ୍ତି । ଭିଡିଓରେ ତାଲିବାନ୍ ଯୁବକମାନେ ସେନାର ବିମାନ ଉପରେ ଦଉଡ଼ି ବାନ୍ଧି ଏକ ଦୋଳି କରିବା ସହ ସେଥିରେ ଖେଳୁଛନ୍ତି । ଜଣେ ଯୁବକ ଦୋଳିରେ ବସିଥିବା ବେଳେ ଆଉ ଜଣେ ତାକୁ ଖେଳାଉଥିବାର ଦେଖିବାକୁ ମିଳିଛି । ଭାରତରେ ଶ୍ରାବଣ ମାସ ଚାଲିଥିବା ବେଳେ ତାଲିବାନ୍ ଯୁବକମାନେ ଏବେ ଏହାର ମଜା ନେଉଛନ୍ତି ।

Get real time updates directly on you device, subscribe now.