fbpx

ଗଣେଶଙ୍କ ପାଖରେ ଲଗାନ୍ତୁ ଡ୍ରାଏ ଫ୍ରୁଟସ୍ ମୋଦକ ଭୋଗ, ଏପରି ତିଆରି କରନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଗଣେଶ ଚତୁର୍ଥୀ ପରି ଖାସ୍ ମଉକାରେ ଗଣେଶଙ୍କୁ ବିଭିନନ ପ୍ରକାରର ଭୋଗ ଲଗାଯାଏ । ଗଣେଶଙ୍କ ପ୍ରିୟ ମୋଦକ ବି ଭିନ୍ନ ଭିନ୍ନ ପ୍ରକାର ଜିନିଷ ବ୍ୟବହାର କରି ପ୍ରସ୍ତୁତି କରାଯାଏ । ଗଣେଶ ଚତୁର୍ଥୀକୁ ମହାରାଷ୍ଟ୍ର, ଗୋଆ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡ଼ୁ ସମତେ ଅନେକ ରାଜ୍ୟରେ ଆନନ୍ଦଉଲ୍ଲାସର ସହିତ ପାଳନ କରାଯାଏ । ତେବେ ଚାଲନ୍ତୁ ଜାଣିବା କିପରି ଘରେ ସହଜ ପ୍ରଣାଳୀରେ ଡ୍ରାଏ ଫ୍ରୁଟସ୍ ମୋଦକ ପ୍ରସ୍ତୁତି କରିବେ ।

ଡ୍ରାଏ ଫ୍ରୁଟସ୍ ମୋଦକ କରିବା ପାଇଁ ଦରକାର ସାମଗ୍ରୀ:

୨ କପ୍ ସିଡଲେସ୍ ଖଜୁରୀ
୧/୪ କପ୍ କିସମିସ୍
୧/୪ କପ୍ ବାଦାମ୍
୧/୪ କପ୍ କାଜୁ
୧/୪ କପ୍ ପିସ୍ତା
୨ ଚାମଚ ଘିଅ

ପ୍ରଣାଳୀ:

ଡ୍ରାଏ ଫ୍ରୁଟସ୍ ମୋଦକ ପାଇଁ ଖଜୁରୀକୁ ଛୋଟ ଛୋଟ ଟୁକୁଡ଼ାରେ କାଟି ଦିଅନ୍ତୁ । କାଜୁ , ବାଦାମ୍ ଓ ପିସ୍ତାକୁ ମଧ୍ୟ କାଟିଦିଅନ୍ତୁ । ଏବେ ପ୍ୟାନ୍ କୁ ମିଡିୟମ ଫ୍ଲେମ୍ ରେ ଗରମ କରନ୍ତୁ । ଖଜୁରୀ, କାଜୁ , ବାଦାମ୍ ଓ ପିସ୍ତା ଆଦିକୁ ପ୍ୟାନ୍ ରେ ପକାଇ ରୋଷ୍ଟ୍ କରନ୍ତୁ । ଏହାପରେ ଏହାକୁ ପ୍ଳେଟ୍ କୁ କାଢ଼ି ଦିଅନ୍ତୁ । ଏହାପରେ ପୁଣିଥରେ ପ୍ୟାନ୍ ରେ ଘିଅ ପକାଇ ଗରମ କରନ୍ତୁ । ଏଥିରେ ଖଜୁରୀ ଓ କିସମିସ୍ ପକାଇ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ । ଭାଜି ହୋଇଯିବା ପରେ ସବୁ ଡ୍ରାଏ ଫ୍ରୁଟସ୍ ଥଣ୍ଡା ହେବାପରେ ମୋଦକ ପ୍ରସ୍ତୁତ କରନ୍ତୁ ।

Get real time updates directly on you device, subscribe now.