fbpx

ଅଫଗାନ୍ ମହିଳାଙ୍କୁ ଆତଙ୍କବାଦୀଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଛି ତାଲିବାନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅଧିକାଂଶ ସହରରେ ତାଲିବାନୀ ମାନେ କବଜା କରିଥିବା ବେଳେ ଏବେ ଲୋକମାନଙ୍କ ଉପରେ ସେମାନଙ୍କ ଘୃଣ୍ୟ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଅଫଗାନ୍ ମହିଳା ମାନଙ୍କୁ ଆତଙ୍କବାଦୀଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଛି ତାଲିବାନ । ନିକଟରେ ସେମାନେ ଦେଶର ପ୍ରମୂଖ ସହର ଗୁଡ଼ିକ ଉପରେ ନିଜର ଅକ୍ତିଆର ଜମାଇଛନ୍ତି । ମିଡିଆ ରିପୋର୍ଟ ମୁତାବକ, ତାଲିବାନ ମାନଙ୍କ ଦ୍ୱାରା ଅଧିକୃତ ଅଞ୍ଚଳରେ ସୈନ୍ୟ ମାନଙ୍କୁ ଫାଶୀରେ ଲଟକାଇ ଦେଉଛନ୍ତି ତ ଆଉ କେତେବେଳେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରୁଛନ୍ତି ।

ଏବେ କାବୁଲକୁ ଆସୁଥିବା ଅଫଗାନ୍ ନାଗରିକ ଏବଂ ତାଲିବାନ ଦ୍ୱାରା ଅଧିକୃତ ଅଞ୍ଚଳର ଲୋକମାନେ କହିଛନ୍ତି ଯେ, ସାଧାରଣ ନାଗରିକଙ୍କ ଉପରେ ବିନା କାରଣରେ ହମଲା କରାଯାଉଛି ଏବଂ ଧରାଯାଇଥିବା ସୈନ୍ୟ ମାନଙ୍କୁ ମାରିଦିଆଯାଉଛି । ସେମାନଙ୍କ କହିବା କଥା ଯେ, ତାଲିବାନ ମାନେ ଦାବି କରିଛନ୍ତି ଯେ ବିଭିନ୍ନ ସମୁଦାୟର ଯୁବତୀ ମାନଙ୍କୁ ଆତଙ୍କବାଦୀ ମାନଙ୍କୁ ବିବାହ କରିବାକୁ କହୁଛନ୍ତି । ଏନେଇ ମାନବାଧିକାର ସମୂହଙ୍କ କହିବା କଥା ଯେ, ଏହା ଏକ ପ୍ରକାର ଯୌନ ହିଂସା ।

ତେବେ ତାଲିବାନ ମାନେ ଏବେ ରାଜଧାନୀ କାବୁଲ କରିବାକୁ ଯାଉଛନ୍ତି । ସେମାନେ ଏବେ କାବୁଲ ଠାରୁ ଆଉ ୮୦ କିମି ଦୂରରେ ରହିଛନ୍ତି । ଖାସ୍ କରି ସେମାନେ ସୀମାବର୍ତ୍ତୀ ରାଜ୍ୟ ମାନଙ୍କ ଉପରେ ନିଜର କବଜା କରିଚାଲିଛନ୍ତି । ଯାହାର ଶିକାର ସାଧାରଣ ନାଗରିକ ସହିତ ସୈନ୍ୟ ମାନେ ହେଉଛନ୍ତି ।

Get real time updates directly on you device, subscribe now.