fbpx

ଭାଇରାଲ୍ ହେଉଛନ୍ତି ଅକ୍ଷୟଙ୍କ ଫିମେଲ୍ ଭର୍ସନ୍, ଆପଣ ମାନେ ବି କନଫ୍ୟୁଜ୍ ହୋଇଯିବେ; ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍ ଗାୟକ ବାଦଶାହଙ୍କ ନୂଆ ଟ୍ରାକ୍ “ବାୱଲା” ସୋସିଆଲ୍ ମିଡିଆରେ ଧମାକା କରୁଛି । ଅନେକ ୟୁଜର୍ ଏହି ଗୀତକୁ ନେଇ ଇନଷ୍ଟାଗ୍ରାମରେ ରିଲ୍ସ କରୁଛନ୍ତି । ହେଲେ କଣ ଆପଣ ଜାଣିଛନ୍ତି କି ଏହି ଗୀତକୁ ଗାଇଥିôବା ମହିଳା ମାନେ କିଏ? ଯେଉଁ ମାନଙ୍କ ଗୀତକୁ ନେଇ ବାଦଶାହ ରାପ୍ ତିଆରି କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ଗୀତ ଓରିଜିନାଲ୍ ସିଙ୍ଗର୍ କିଏ ।

ସୋସିଆଲ୍ ମିଡିଆରେ ଦୁଇ ଜଣ ମହିଳା ଗୀତ ଗାଉଥିବା ନଜର ଆସିଛନ୍ତି । ଆଉ ସେମାନଙ୍କ ଗୀତ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ବାଦଶାହ ସେହି ଗୀତକୁ ଏକ ନେଇ ରାପ୍ ମଧ୍ୟ ତିଆରି କରିସାରିଛନ୍ତି । ହେଲେ ଏଥିରେ ଏକ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି । ତେବେ ଗୀତ ଗାଉଥିବା ମହିଳାଙ୍କ ଠାରେ ଅକ୍ଷୟ କୁମାରଙ୍କ ଝଲକ ଦେଖିବାକୁ ମିଳିଛି । ମହିଳା ଜଣକ ଦେଖିବାକୁ ଅକ୍ଷୟ କୁମାରଙ୍କ ଭଳି ଦେଖିବାକୁ । ଯେଉଁଥିପାଇଁ ସେ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ଭିଡିଓରେ ଗୋଲାପୀ ରଙ୍ଗର ସାଲୱାର୍ ପିନ୍ଧି ଗୀତ ଗାଉଥିବା ମହିଳା ଜଣକ ଏକଦମ୍ ଅକ୍ଷୟ କୁମାରଙ୍କ ଭଳି ଦେଖାଯାଉଛନ୍ତି । ଭିଡିଓ ଟି ଭାଇରାଲ୍ ହେବା ପରେ ୟୁଜର୍ ମାନେ ମଜାଦାର୍ ରିଆକ୍ସନ୍ ଦେଉଛନ୍ତି । କିଛି ୟୁଜର୍ କହିଛନ୍ତି ଯେ, ଯଦି ଅକ୍ଷୟ କୁମାରଙ୍କୁ ସାଲୱାର୍ ପିନ୍ଧାଇ ଦିଆଯିବ ତେବେ ସେ ଠିକ୍ ଏପରି ଦେଖାଯିବେ ।

Get real time updates directly on you device, subscribe now.