fbpx

CM ଯୋଗୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ପୂର୍ବତନ IPS ଅମିତାଭ ଠାକୁର

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହାକୁ ନେଇ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କାରଣ ସମଗ୍ର ଭାରତବର୍ଷରେ ୟୁପି ହେଉଛି ସବୁଠାରୁ ବଡ଼ ନିର୍ବାଚନ କ୍ଷେତ୍ର । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ଏହି ରାଜ୍ୟର ଫଳାଫଳ ସର୍ବଦା ଭାରତବର୍ଷର ରାଜନୀତିକୁ ପ୍ରଭାବିତ କରିଥାଏ ।

ତେଣୁ ପ୍ରାପ୍ତ ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିଧାନସଭା ନିର୍ବାଚନରେ ଜଣେ ପୂର୍ବତନ ଆଇପିଏସ୍ ଲଢ଼ିବେ । ସେ ହେଉଛନ୍ତି ସବୁ ସମୟରେ ଚର୍ଚ୍ଚାରେ ରହୁଥିବା ଆଇପିଏସ୍ ଅମିତାଭ୍ ଠାକୁର । ଅମିତାଭ୍ ଏନେଇ ଟ୍ୱିଟ୍ କରିଛନ୍ତି ଯେ, ସେ ଆଗାମୀ ବିଧାନସଭା ନିର୍ବାଚନରେ ଯୋଗୀଙ୍କ ବିପକ୍ଷରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ନିର୍ବାଚନ ଲଢ଼ିବା ନେଇ ତାଙ୍କର କିଛି ବନ୍ଧୁ ତାଙ୍କୁ ଉତ୍ସାହିତ କରି ଆସୁଥିଲେ । ତେଣୁ ଏହାକୁ ଗମ୍ଭୀରତାର ସହ ନେଇ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, ୧୯୯୨ ବ୍ୟାଚର ଆଇପିଏସ୍ ଅଧିକାରୀ ଅମିତାଭ ବିହାରର ମୂଳ ବାସିନ୍ଦା ଅଟନ୍ତି । ଅମିତାଭ୍ ୟୁପିର ସାତଟି ଜିଲ୍ଲାରେ ଏସପି ଦାୟିତ୍ୱ ତୁଲାଇବା ସହ ଜଣେ କଡ଼ା ଅଫିସର ଭାବେ ପରିଚିତ । ଏହାଛଡ଼ା ସେ ନ୍ୟାସନାଲ ଆରଟିଆଇ ଫୋରମର ସଂସ୍ଥାପକ ରହିବା ସହ ତାଙ୍କର ପତ୍ନୀ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଅଟନ୍ତି ।

Get real time updates directly on you device, subscribe now.