fbpx

ସରକାରଙ୍କ ନୂଆ Scrappage Policy ବିଷୟରେ ଜାଣନ୍ତି କି, ଏମିତି ଗାଡ଼ି କିଣିଲେ ଏକ ଲକ୍ଷ ଟଙ୍କା ଶସ୍ତା ହେବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ନୂଆ ଯାନ ସ୍କ୍ରାପେଜ ପଲିସି ଲଞ୍ଚ କରିଛନ୍ତି । ଏହି ପଲିସି ମାଧ୍ୟମରେ ଆପଣ ନୂଆ ଯାନ କିଣିବା ଓ ପୁରୁଣା ଯାନ ବ୍ରିକି ଉପରେ ବହୁତ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ବଜାରରେ ଉପଲବ୍ଧ ଅନେକ ପୁରୁଣା ଗାଡ଼ି ଉଭେଇଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଯାନ ସ୍କ୍ରାପେଜ୍ ପଲିସିର ଶୁଭାରମ୍ଭ କରିଛନ୍ତି । ଏହି ପଲିସିକୁ ପ୍ରଧାନମନ୍ତ୍ରୀ ‘କଚରେ ସେ କଞ୍ଚନ ଅଭିଯାନ’ ବୋଲି ଅଭିହିତ କରିଛନ୍ତି । ତେବେ ନୂଆ ଗାଡ଼ି କିଣିବା ସମୟରେ ଆପଣଙ୍କୁ ଏହି ପଲିସ ଦ୍ୱାରା ବହୁତ କିଛି ଫାଇଦା ଦେବ । ଯଦି ଆପଣ ନୂଆ ଗାଡ଼ି କିଣିବାକୁ ଚାହୁଥାନ୍ତି, ତେବେ ଏହା ହେଉଛି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଅନଫିଟ୍ ପୁରୁଣା ଯାନକୁ ରାସ୍ତାକୁ ହଟାଇବାର ହେଉଛି ଏହି ପଲିସିର ମୁଖ୍ୟ ଉଦ୍ଦେଶ୍ୟ । ନୂଆ ପଲିସି ଅନୁଯାୟୀ, ସ୍କ୍ରାପ ହୋଇଥିବା ଗାଡ଼ି ବଦଳାଇବା ଦ୍ୱାରା ତା’ର ମୂଳ ଶୋରୁମ୍ ମୂଲ୍ୟର ୪ରୁ ୬ ପ୍ରତିଶତ ଫେରସ୍ତ ଦିଆଯିବ । ଏଥିସହ ଗାଡ଼ିକୁ ସ୍କ୍ରାପରେ ଦେବା ପରେ ଏକ ସାର୍ଟିଫିକେଟ ଦିଆଯିବ । ଯଦି ଆପଣ ଏହି ସାର୍ଟିଫିକେଟ୍ ଦେଖାଇ ନୂଆ ଗାଡ଼ି କିଣିବେ ତେବେ ଆପଣଙ୍କୁ ବହୁତ ଲାଭ ମିଳିବ । ଏହି ଅବସରରେ ଆପଣଙ୍କୁ ନୂଆ ବାହନର ମୂଳ ମୂଲ୍ୟର ୧୫ ପ୍ରତିଶତ ପର୍ଯ୍ୟନ୍ତ ବେନିଫିଟ୍ ମିଳିବ । ସାଧାରଣତଃ ବ୍ୟକ୍ତିଗତ ଗାଡ଼ିର ରେଜିଷ୍ଟ୍ରେସନ ୧୫ ବର୍ଷ ପାଇଁ ଓ କମର୍ସିଆଲ ଗାଡ଼ିର ୧୦ ବର୍ଷ ପାଇଁ ହୋଇଥାଏ । ଏହାପରେ ଗାଡ଼ିକୁ ସ୍କ୍ରାପ କରାଯାଇଥାଏ । ସ୍କ୍ରାପ ସାର୍ଟିଫିକେଟ ଓ ନୂଆ ଗାଡ଼ିର ରେଜିଷ୍ଟ୍ରେସନ ଉପରେ ଛାଡ଼କୁ ମିଶାଇ ମୋଟ ୧୦ ପ୍ରତିଶତ ରିହାତି ମିଳିଥାଏ । ଏହାସହ ନୂଆ ଗାଡ଼ି ଉପରେ ୫ ପ୍ରତିଶତ ଡିସ୍କାଉଣ୍ଟ ଅଲଗା ଭାବେ ଦିଆଯାଇଥାଏ । ଏହିପରି ଭାବରେ ମୋଟ ୧୫ ପ୍ରତିଶତ ଛାଡ଼ ହେବାର ସମ୍ଭାବନା ରହିଥାଏ । ଅର୍ଥାତ ଯଦି ଆପଣ ପୁରୁଣା ଗାଡ଼ି ସ୍କ୍ରାପରେ ଦେବା ପରେ ୧୦ ଲକ୍ଷ ଟଙ୍କିଆ ଗାଡ଼ି କିଣନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା ହେବ ।

Get real time updates directly on you device, subscribe now.