fbpx
BJD
BJD SKY
BJD SKY

ଆଖିରେ ପଟି ବାନ୍ଧି ଆଣ୍ଠୁରେ ବସାଇଲେ, ଆଉ ଗୁଳି ମାରିଦେଲେ; ଅଫଗାନ୍ ପୋଲିସ୍ ମୁଖ୍ୟକୁ ଏପରି ଅସହ୍ୟ ମୃତ୍ୟୁ ଦେଲେ ତାଲିବାନ

କାବୁଲ: ତାଲିବାନ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଛି । ଏହି ପରିପ୍ରେକ୍ଷୀରେ ତାଲିବାନ ମାନେ ଆଫଗାନିସ୍ତାନ ପୋଲିସ୍ ମୁଖ୍ୟଙ୍କୁ ଖୁବ୍ ଯନ୍ତ୍ରଣାଦାୟକ ମୃତ୍ୟୁ ଦେଇଛନ୍ତି । ତାଲିବାନ ଆତଙ୍କବାଦୀ ମାନେ ବଦଗୀଶ ପ୍ରଦେଶର ପୋଲିସ ମୁଖ୍ୟ ହାଜି ମୁଲ୍ଲା ଅଚକଜଈଙ୍କୁ କାବୁ କରିବା ପରେ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ତାଲିବାନ ନିଜେ ଏ ବାବଦରେ କୌଣସି ବିବୃତ୍ତି ଦେଇନାହାଁନ୍ତି।

ଆଫଗାନିସ୍ତାନ ସୁରକ୍ଷା ପରାମର୍ଶଦାତା ତଥା ହାଜି ମୁଲ୍ଲା ଅଚକଜଈଙ୍କ ବନ୍ଧୁ ନାସିର ୱାଜିରୀ କହିଛନ୍ତି ଯେ ତାଲିବାନ ସମର୍ଥକଙ୍କ ଦ୍ୱାରା ପୋଲିସ ମୁଖ୍ୟଙ୍କ ହତ୍ୟାକାଣ୍ଡର ଏକ ଭିଡିଓ ଜାରି କରାଯାଇଛି। ୱାଜିରୀ, ଅନ୍ୟ ପୋଲିସ ଅଧିକାରୀଙ୍କ ସହ ତାଲିବାନ ପୋଲିସ ମୁଖ୍ୟ ଅଚକଜଈଙ୍କୁ ହତ୍ୟା କରିଥିବା କଥା କହିବା ପରେ ଭାଇରାଲ ଫୁଟେଜକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଗୁରୁବାର ରାତିରେ ସେ ତାଲିବାନ ନିକଟରେ ଆତ୍ମସମର୍ପଣ କରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ସହିଦ ହୋଇଥିବା ପୋଲିସ ମୁଖ୍ୟଙ୍କ ବନ୍ଧୁ ନାସିର ୱାଜିରୀ କହିଛନ୍ତି ଯେ, ଅଚକଜଈଙ୍କୁ ତାଲିବାନି ମାନେ ଚାରିପଟରୁ ଘେରି ରହିଥିଲେ । ତେଣୁ ତାଙ୍କ ପାଖରେ ଆତ୍ମସମର୍ପଣ କରିବା ଛଡ଼ା ଆଉ କୌଣସି ବିକଳ୍ପ ନଥିଲା । ତାଲିବାନ ଆତଙ୍କବାନୀ ମାନେ ପ୍ରଥମେ ପୋଲିସ୍ ମୁଖ୍ୟଭ୍କୁ ଆଣଣ୍ଠୁ ମାଡ଼ି ବସିବାକୁ କହିଥିଲେ ଏବଂ ତାପରେ ତାଙ୍କ ଆଖିରେ କପଡ଼ା ବାନ୍ଧି ଦେଇଥିଲେ । ଏହାପରେ ଖୁବ୍ ଜୋରରେ ନାରାବାଜି ନେଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଲ୍ଲେଖନୀୟ ଯେ, ଅଚକଜଈ ତାଲିବାନର ଶତ୍ରୁ ଭାବରେ ପରିଗଣିତ ହୋଇଥିଲେ। ସେ ତାଲିବାନ ସହିତ ଅନେକ ସମୟ ଧରି ଲଢ଼ିଥିଲେ ।

Get real time updates directly on you device, subscribe now.