fbpx

କାବୁଲ୍‌ରୁ ଫେରୁଛନ୍ତି ଭାରତୀୟ, ଆକାଶମାର୍ଗରେ ବାୟୁସେନା

ଓଡ଼ିଶା ଭାସ୍କର ବ୍ୟୁରୋ: ଆତଙ୍କର ସ୍ଥାନ ବା ଆତଙ୍କୀସ୍ଥାନ କୁହାଯାଉଥିବା ତାଲିବାନଙ୍କ ବଳୟ ଭିତରୁ ଫେରୁଛନ୍ତି ଭାରତୀୟ। ଭାରତୀୟ ବାୟୁସେନାର C-130J ବିମାନ ଆଫଗାନିସ୍ତାନରୁ ୮୫ ଭାରତୀୟଙ୍କୁ ସ୍ୱଦେଶ ନେଇ ଫେରୁଛି। ଶନିବାର ସକାଳୁ କାବୁଲରୁ ଉଡ଼ଣ ଆରମ୍ଭ କରିଛି ବିମାନ।

ସୂଚନା ଅନୁସାରେ, ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ନିୟମିତ ଭାବେ ଭାରତୀୟଙ୍କୁ ଫେରାଇ ଆଣୁଛନ୍ତି। ଭାରତୀୟ ବାୟୁସେନାର ଆଉ ଏକ ବିମାନ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କାବୁଲ ଉଡ଼ାଣ ଭରିବାକୁ ପ୍ରସ୍ତୁତ। ତେବେ ତାଲିବାନର ଚେକ୍ ପୋଷ୍ଟ ପାଇଁ ଲୋକେ କାବୁଲ ଏୟାରପୋର୍ଟରେ ପହଞ୍ଚିବାକୁ ସମସ୍ୟା ହେଉଛି। ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ଭାରତ ସମସ୍ତ ଡିପ୍ଲୋମେଟିକ ଷ୍ଟାଫଙ୍କୁ ସୁରକ୍ଷିତ ଭାବରେ ଆଣିଛି। କିନ୍ତୁ ଆଫଗାନିସ୍ତାନର ଅନେକ ସହରରେ ପ୍ରାୟ ୧୦୦୦ ଭାରତୀୟ ନାଗରିକ ଫସି ରହିଛନ୍ତି । ସେମାନେ କେଉଁଠି କେମିତି ଅବସ୍ଥାରେ ଅଛନ୍ତି ସେ ସମ୍ପର୍କରେ ସୂଚନା ପାଇବା ସରକାରଙ୍କ ଲାଗି ଚାଲେଞ୍ଜ୍ ହୋଇଛି। ଦୂତାବାସରେ ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କ ବିଷୟରେ ଜାଣିବା କଷ୍ଟକର ହୋଇପଡ଼ିଛି।

Get real time updates directly on you device, subscribe now.