fbpx

ନିନ୍ଦୁକଙ୍କ ମୁହଁ ବନ୍ଦ କରାଇଦେଲେ କଙ୍ଗନା, ନୂଆ ଲୁକ୍‌ ପାଇଁ ଶତ୍ରୁ ବି ହେବ ଦିୱାନା!

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍‌ ମିଡିଆରେ ପୂରା ଆକ୍ଟିଭ ରହୁଥିବା ସୁନ୍ଦରୀ କଙ୍ଗନାଙ୍କୁ ନେଇ ସବୁବେଳେ ଚର୍ଚ୍ଚା। କୌଣସି ପ୍ରସଙ୍ଗକୁ ନେଇ ହେଉ କିମ୍ବା ନିଜର ପୋଷ୍ଟ ପାଇଁ ସେ ବିବାଦ ବଳୟରେ ଥାଆନ୍ତି। ତେବେ ନିକଟରେ ତାଙ୍କର ବୋଲ୍ଡ ଲୁକ୍‌ ଫଟୋ ଦେଖି ଲୋକେ ଖୁବ୍‌ ସମାଲୋଚନା କରିଥିଲେ। ଆଉ ସେହି ନିନ୍ଦୁକମାନଙ୍କ ମୁହଁ ଏବେ ବନ୍ଦ କରିଦେଇଛନ୍ତି ପଙ୍ଗା କ୍ଵିନ୍‌ କଙ୍ଗନା ରାଣାୱତ। ଏକଦମ୍‌ ପାଇଲଟ୍‌ ଲୁକ୍‌ରେ ଚମକୁଥିବା କଙ୍ଗନା କହିଛନ୍ତି ଯେ ପୂରା ଜୋଶ୍‌ରେ ଅଛନ୍ତି।

କଥା ହେଲା ଧାକଡ଼ ଫିଲ୍ମ ପରେ ପରେ କଙ୍ଗନା ଏବେ ଜଣେ ପାଇଲଟ୍‌ର କାହାଣୀ ’ତେଜସ୍‌’ ଫିଲ୍ମର ଶୁଟିଂ ଆରମ୍ଭ କରିଦେଇଛନ୍ତି। ଆଉ ପାଇଲଟ୍ ପୋଷାକରେ ଏକଦମ ସୁନ୍ଦରୀ ଅଫିସର୍‌ ଲୁକ୍‌ ଦେଇଛନ୍ତି। ନିର୍ଦ୍ଦେଶକ ସର୍ବେଶ ମେୱାରାଙ୍କ ସହ କଙ୍ଗନା ଏକ ଫଟୋ ଶେଆର୍‌ କରିଛନ୍ତି। ଯାହାକୁ ଦେଖି ତାଙ୍କ ଶତ୍ରୁମାନେ ମଧ୍ୟ ଘଡ଼ିଏ ଅଟକି ଯିବେ! ଭାରତର ବିଭିନ୍ନ ସ୍ଥାନରେ ଏହି ଫିଲ୍ମର ଶୁଟିଂ କରାଯିବାକୁ ଯୋଜନା ରହିଛି। ଉରୀ ଦି ସର୍ଜିକାଲ ଷ୍ଟ୍ରାଇକରର ମେକର୍ସ ଏହାକୁ ପ୍ରଡ୍ୟୁସ କରୁଥିବାବେଳେ କଙ୍ଗନା ସମ୍ପ୍ରତି ଥାଲାଇଭି, ମଣିକର୍ଣ୍ଣିକା ରିଟର୍ଣ୍ଣସ ଓ ଏମର୍ଜେନ୍ସି ଶୁଟିଂରେ ବ୍ୟସ୍ତ ଅଛନ୍ତି।

 

View this post on Instagram

 

A post shared by Kangana Ranaut (@kanganaranaut)

Get real time updates directly on you device, subscribe now.