fbpx

ମହିଳାଙ୍କୁ ଉଲଗ୍ନ କରି ଜୋତା ମାଳ ପିନ୍ଧାଇ ପୂରା ଗାଁରେ ବୁଲାଇଲେ ସମ୍ପର୍କିୟ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ପ୍ରଥମେ ନିବସ୍ତ୍ର କରି ଚପଲ ମାଳ ପିନ୍ଧାଗଲା । ଏହାପରେ ତାଙ୍କୁ ମାରି ମାରି ଗାଁ ଲୋକମାନଙ୍କ ସାମନାରେ ବୁଲିବାକୁ କୁହାଗଲା । ଏପରି ଏକ ଆଶ୍ଚର୍ଯ୍ୟ କରିବା ପରି ମାମଲା ଆସିଛି ଝାଡ଼ଖଣ୍ଡର ଡୁମକା ଜିଲ୍ଲାର ରାନୀଶ୍ୱର ଥାନା ଅଞ୍ଚଳରୁ । ଏହିଭଳି ଘୃଣ୍ୟ କାର୍ଯ୍ୟ ଆଉ କେହି ନୁହେଁ ବରଂ ଉକ୍ତ ମହିଳାଙ୍କ ସମ୍ପର୍କିୟ ମାନେ ହିଁ କରିଛନ୍ତି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାନୀଶ୍ୱର ଥାନାର ପ୍ରଭାରୀ ରାଜୀବ ପ୍ରକାଶ ପୂରା ମାମଲା ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ, ଗୁରୁବାର ଦିନ ପୀଡିତାଙ୍କ ବୟାନ ଆଧାରରେ ଉକ୍ତ ଅଞ୍ଚଳର ଦୁଇ ଜଣ ମହିଳାଙ୍କ ସମେତ ୧୨ ଜଣଙ୍କ ବିରୋଧରେ ଏଫଆଇଆର୍ ଦିଆଯାଇଛି । ପୋଲିସ୍ ଏବେ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଛି ।

ଥାନା ପ୍ରଭାରୀଙ୍କ କହିବାକୁ ଅନୁସାରେ, ପୀଡ଼ିତାଙ୍କ ବିବାହ ରାନୀଶ୍ୱରର ଏକ ଗାଁରେ ମାଣିକ ମିର୍ତାଙ୍କ ସହିତ ହୋଇଥିଲା । ହେଲେ ୬ ମାସ ପରେ ମାଣିକ ଓ ଆଉ ଏକ ଗାଁର ଜରେ ବିବାହିତ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ଏକ ମାସ ପରେ ସେ ଦୁହେଁ ପଶ୍ଚିମବଙ୍ଗକୁ ଚାଲି ଯାଇଥିଲେ । ଆଉ ବୁଧବାର ଦିନ ସନ୍ଧ୍ୟାରେ ଗାଁକୁ ଫେରିଥିଲେ । ଆଉ ଏହାକୁ ନେଇ ମାଣିକଙ୍କ ପତ୍ନୀ ଏବଂ ପରିବାର ଲୋକେ ମହିଳାଙ୍କୁ ଧରିଥିଲେ ଏବଂ ଖୁବ୍ ମାଡ଼ ମାରିଥିଲେ । ପରେ ତାଙ୍କ ନିବସ୍ତ୍ର କରି, ଜୋତା ମାଳ ପିନ୍ଧାଇ ପୂରା ଗାଁ ବୁଲାଇଥିଲେ ।

Get real time updates directly on you device, subscribe now.