fbpx
BJD SKY
BJD SKY

ତାଲିବାନ ଅକ୍ତିଆରରେ କାନ୍ଦାହାର ଜେଲ୍; ଶତାଧିକ କଏଦୀ ମୁକ୍ତ

BJD

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ଧୀରେ ଧୀରେ କବଜା କରିବାରେ ଲାଗିଛି ତାଲିବାନ । ୭୦ ପ୍ରତିଶତ ଆଫଗାନୀ ସହର ଉପରେ ତାଲିବାନ କବଜା କରି ନେଇଥିବା ବେଳେ କାନ୍ଦାହାର ସେଣ୍ଟ୍ରାଲ ଜେଲ ଉପରେ ମଧ୍ୟ କବଜା କରି ନେଇଛି । ଆଫଗାନ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ ବୁଧବାର ତାଲିବାନ ଆଫଗାନ ସେଣ୍ଟ୍ରାଲ ଜେଲ ଉପରେ କବଜା କରିବା ସହିତ ଶତାଧିକ କଏଦୀଙ୍କୁ ମୁକ୍ତ କରିଛନ୍ତି । ତାଲିବାନ ମୁଖପାତ୍ର କାରି ୟୁସୁଫ ଅହମଦୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ତେବେ ପ୍ରଥମ ଥର ପାଇଁ ତାଲିବାନ ଏଭଳି କରିନାହିଁ । ସର୍ପୋସା ଜେଲ ନାମରେ ପ୍ରସିଦ୍ଧ ଏହି ଜେଲକୁ ପୂର୍ବରୁ ଦୁଇ ଥର ଆକ୍ରମଣ କରି ସାରିଛି ତାଲିବାନ । ୨୦୦୮ ଏବଂ ୨୦୧୧ରେ ଦୁଇ ଥର ତାଲିବାନ ପକ୍ଷରୁ ଦୁଇ ଦୁଇ ଥର ସମାନ ଷ୍ଟାଇଲର ଆକ୍ରମଣ କରାଯାଇଥିଲା । ବୁଧବାର ଅପରାହ୍ନ ସୁଦ୍ଧା ସେଣ୍ଟ୍ରାଲ ଜେଲକୁ ଅକ୍ତିଆର କରାଯାଇଥିବା ନେଇ ୟୁସୁଫ ଅହମଦୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୨୦ ବର୍ଷ ପରେ ଆମେରିକା ଆଫଗାନ ମାଟିରୁ ସୈନ୍ୟ ପ୍ରତ୍ୟାହାର କରିବା ପରେ ତାଲିବାନୀ ପ୍ରାଦୁର୍ଭାବ ବଢିବାରେ ଲାଗିଛି ।

Get real time updates directly on you device, subscribe now.