fbpx

ଯୁବତୀଙ୍କୁ ଏସିଡ଼ ମାଡ଼; ଗୁରୁତର ଭାବରେ SCB ସ୍ଥାନାନ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ଜଣେ ଯୁବତୀଙ୍କ ଉପରକୁ ଏସିଡ଼ ମାଡ଼ କରାଯାଇଛି । ଭୁବନେଶ୍ୱରର ଧଉଳି ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଧଉଳିର ବାଲିଆପଡ଼ାରେ ଜଣେ ଯୁବକ ଏହି କାଣ୍ଡ ଭିଆଇଥିବା ଜଣାପଡିଛି ।

ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଥିଲା । ଏସିଡ ମାଡର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଏହା ପଛରେ ପ୍ରେମ ବ୍ୟାପାର ରହିଥିବା ଅନୁମାନ କରାଯାଉଛି । ଏହା ସହିତ ବର୍ଷକ ତଳେ ଉଭୟଙ୍କ ମଧ୍ୟରେ କୋର୍ଟ ମ୍ୟାରେଜ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.