fbpx
BSKY
BJD MC SKY
BJD YOUTH SKY

ଆଫଗାନୀଙ୍କୁ ତାଲିବାନିଙ୍କ ଧମକ; ଗାଡ଼ି, ଅସ୍ତ୍ରଶସ୍ତ୍ର ଆଦି ଦିଅ ନଚେତ୍ ହେବ କାର୍ଯ୍ୟାନୁଷ୍ଠାନ

କାବୁଲ: ତାଲିବାନ ପକ୍ଷରୁ ଶନିବାର ଦିନ ଆଫଗାନୀ ମାନଙ୍କୁ ଗାଡ଼ି, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଅନ୍ୟ ସରକାରୀ ସମ୍ବନ୍ଧିତ ଅଧିକାରୀମାନଙ୍କୁ ଦେବା ପାଇଁ ଆଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ତାଲିବାନି ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ ଟୁଇଟ୍ ରେ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ସେ ଲେଖିଛନ୍ତି ଯେ, କାବୁଲ ସହରରେ ଥିବା ସମସ୍ତଙ୍କ ପାଖରେ ଯାହାବି ଗାଡ଼ି, ଗାଡ଼ି, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଅନ୍ୟ ସରକାରୀ ସମ୍ପତିକୁ ଏକ ସପ୍ତାହ ମଧ୍ୟରେ ଇସଲାମିକ୍ ଅମୀରତ୍ ସମ୍ବନ୍ଧିତ ଅଧିକାରୀଙ୍କୁ ଦେବାକୁ ସୂଚିତ କରାଯାଉଛି । ଏପରି ନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ଘୋଷଣା କେବଳ ଏବେ ନୂହେଁ ବରଂ ପୂର୍ବରୁ ବି ତାଲିବାନ ମାନଙ୍କ ପକ୍ଷରୁ କରାଯାଇଛି । ଯେଉଁଥିରେ ନାଗରିକ ମାନଙ୍କୁ ସେମାନଙ୍କ ଅସ୍ତ୍ରଶସ୍ତର ଗାଡ଼ି ଇତ୍ୟାଦି ଆତ୍ମସମର୍ପଣ କରିବାକୁ ଆଦେଶ ଦିଆଯାଇଥିଲା । ବର୍ତ୍ତମାନ ଦେଶରେ ଯୁଦ୍ଧସ୍ଥିତି ଜାରି ରହିଥିବା ବେଳେ ତାଲିବାନି ମାନେ ଆଫଗାନୀ ମାନଙ୍କୁ ପାଖରେ ଥିବା ସମସ୍ତ ପ୍ରକାରର ଆମେରିକୀ ଅସ୍ତ୍ରଶସ୍ତ୍ରକୁ ଛଡ଼ାଇ ନେଇଛନ୍ତି । ସେସବୁ ଜରିଆରେ ସେମାନେ ପଡୋଶୀ ଦେଶ ଉପରେ ହମଲା କରିପାରନ୍ତି ବୋଲି ସୂଚନା ରହିଛି ।

ସୁଚନାଯୋଗ୍ୟ, ଅଗଷ୍ଟ ୧୫ ତାରିଖ ଦିନ ତାଲିବାନି ମାନେ କାବୁଲ ଉପରେ କବଜା କରିଥିଲେ । ସେବେ ଠାରୁ ଦେଶର ଅନେକ ସ୍ଥାନରେ ମାନବାଧିକାରକୁ ଉଲଂଘନ କରିବା ପରି ମାମଲା ଦେଖିବାକୁ ମିଳୁଛି । ସେଠାକର ଲୋକମାନେ ଦେଶ ଛାଡ଼ିବାକୁ ପ୍ରାଣ ପଣେ ଚେଷ୍ଟା ଜାରି ରଖିଛନ୍ତି ।

Get real time updates directly on you device, subscribe now.