fbpx

ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ୍ କୋହଲୀ ଗିରଫ

ମୁମ୍ବାଇ: ବିଗ୍ ବସ୍ ର ପୂର୍ବତନ ପ୍ରତିଯୋଗୀ ଅଭିନେତା ଅରମାନ କୋହଲୀଙ୍କ ଘରେ ନିକଟରେ ଏନସିବି ଚଢ଼ାଉ କରିଥିଲା । ଲମ୍ବା ସମୟ ପର୍ଯ୍ୟନ୍ତ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ସୁଚନା ଯେ, ଅଗଷ୍ଟ ୨୮ ତାରିଖରେ ମୁମ୍ବାଇସ୍ଥିତ ତାଙ୍କ ଘରେ ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ସମୟରେ ତାଙ୍କ ଘରୁ କିଛି ପରିମାଣରେ ଡ୍ରଗ୍ସ ମିଳିଥିଲା ।

ସୁଚନାଯୋଗ୍ୟ, ୨୦୧୮ ରେ ଅରମାନ୍ ଙ୍କୁ ୪୧ ବୋତଲ ମଦ ରଖିବା ଅଭିଯୋଗରେ ଗିରଫ କରାଯାଇଥିଲା । ତେବେ ଘରେ ମଦ ରଖିବାକୁ ଅନୁମତି ଦିଆଯାଏ । ହେଲେ ଅରମାନଙ୍କ ଘରେ ୪୧ରୁ ଅଧିକ ମଦ ବୋତଲ ରହିଥିଲା ଓ ସେସବୁ ବିଦେଶୀ ବ୍ରାଣ୍ଡ୍ ହୋଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.