fbpx
BSKY
BJD MC SKY
BJD YOUTH SKY

ଆଫଗାନିସ୍ତାନର କ୍ଷମତା ଉପରେ କାହାର କଣ୍ଟ୍ରୋଲ ? ନେତୃତ୍ୱକୁ ନେଇ ତାଲିବାନରେ ଗୋଷ୍ଠୀକନ୍ଦଳ

ନୂଆଦିଲ୍ଲୀ : କାବୁଲ ଦଖଲ ପରେ ଆଫଗାନିସ୍ତାନ ଉପରେ ରାଜ୍ କିଏ କରିବ, ଏହାକୁ ନେଇ ତାଲିବାନରେ ଆଭ୍ୟନ୍ତରୀଣ ସଂଘର୍ଷ ଜାରି ରହିଛି । ଆଫଗାନିସ୍ତାନ କ୍ଷମତାରେ କାହାର ନିୟନ୍ତ୍ରଣ ରହିବ । ଏହାକୁ ନେଇ ଏବେ ବଡ ପ୍ରଶ୍ନ । ଅପରପକ୍ଷେ ରକ୍ତରେ ଜୁଡୁବୁଡୁ ଓ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର ଦୁର୍ଦ୍ଦଶା ଦିନକୁ ଦିନ ଅଧିକ ବଢିବାରେ ଲାଗିଛି । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ତାଲିବାନରେ ମଧ୍ୟ ଗୋଷ୍ଠୀକନ୍ଦଳ ରହିଛି ।

କାବୁଲରେ ଏକ ପୂର୍ବତନ ସରକାରୀ ସୂତ୍ର ଅନୁଯାୟୀ, ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ଶୋଚନୀୟ ହେବାରୋ ଲାଗିଛି । ତାଲିବାନ ଅଧିକ ବିଭାଜନ ହେବାରେ ଲାଗିଛି । ବିଭିନ୍ନ ଗୋଷ୍ଠୀ ନିଜ ନିଜର ବୈଠକ କରୁଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ତାଲିବାନରେ ଏକତାର ଘୋର ଅଭାବ ରହିଛି । କ୍ଷମତାକୁ ନେଇ ଗୋଷ୍ଠୀ ବିଭାଜନ ବଢିବାରେ ଲାଗିଛି ।

କ୍ଷମତାକୁ ନେଇ ତାଲିବାନ ମଧ୍ୟରେ ବଡ ବିବାଦ ଚାଲିଛି । ବିଭିନ୍ନ ଜାତି ଓ ଜନଜାତି ସମସ୍ତେ କ୍ଷମତା ଚାହୁଁଛନ୍ତି । ଏହା ତାଲିବାନ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି । ସୂତ୍ର ଅନୁଯାୟୀ, ସାଧାରଣତଃ ହକ୍କାନୀ ନେଟୱର୍କକୁ ହିଁ ପ୍ରଥମରୁ କାବୁଲର ସୁରକ୍ଷା ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ହକ୍କାନୀ ଆଫଗାନିସ୍ତାନ ସଂପର୍କିତ ସମସ୍ତ ମାମଲାରେ କୂଟନୈତିକ ଓ ସାମରିକ ଭାବେ ପରଦା ପଛରେ ରହି ଗୁରୁତ୍ୱପର୍ଣ୍ଣ ଭୂମିକା ନିଭାଉଛି । ହେଲେ ତାଲିବାନକୁ ଗୋଟିଏ ଛତା ତଳେ ଆଣିବାର ପ୍ରୟାସ କରାଯାଇ ପାରିନାହିଁ । ଯାହା ଏବେ ସବୁଠୁ ବଡ ସମସ୍ୟା ରହିଛି ।

Get real time updates directly on you device, subscribe now.