fbpx
BSKY SKY
BSKY SKY

ପୁଣି ଆଫଗାନିସ୍ତାନ ଉପରେ ତାଲିବାନର ରାଜୁତି: ଚାଷୀଙ୍କୁ ଚେତାବନୀ ସହ ଏହି ଫସଲ ଉପରେ ଲଗାଇଲା ରୋକ

BSKY

ନୂଆଦିଲ୍ଲୀ: ପୁଣି ଆଫଗାନିସ୍ତାନ ଉପରେ ରାଜୁତି କରୁଛି ତାଲିବାନ । ଦେଶରେ ଅଫିମ ଚାଷ କରିବା ଉପରେ ଆଜିଠୁ ନିଷିଦ୍ଧାଦେଶ ଜାରି କରିଛି ତାଲିବାନ ଶାସନ । ଲାଲ ଫୁଲକୁ କାଟିବା ଆରମ୍ଭ କରି ଦେଇଥିବା ଚାଷୀମାନଙ୍କ ପାଇଁ ଏହି ଘୋଷଣା ଏବେ ଚିନ୍ତାର ବିଷୟ ପାଲଟିଛି । ଏହି ଅଫିମ ହେରୋଇନ ତିଆରି କରିବାରେ ବ୍ୟବହୃତ ହୋଇଥାଏ । ତେବେ ଚାଷୀମାନେ ଏହି ଘୋଷଣା ପରେ ଯଦି ଫୁଲ କାଟିବା ଜାରି ରଖନ୍ତି, ତେବେ ତାଙ୍କ ଫସଲ ଜାଳିଦେବା ସହିତ ଚାଷୀଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ପୂର୍ବରୁ ୧୯୯୦ ଦଶକରେ ତାଲିବାନ ଶାସନରେ ମଧ୍ୟ ଅଫିମ ଚାଷକୁ ବେଆଇନ ବୋଲି ଘୋଷଣା କରିଥିଲା ତାଲିବାନ । ମାତ୍ର ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ଲାଗୁ କରାଯାଇଥିଲା ଏହି ନିୟମ । ଏହାଦ୍ୱାରା ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଅଫିମ ଚାଷ ବନ୍ଦ ହୋଇଯାଇଥିବା କହିଛି ସଂଯୁକ୍ତ ରାଷ୍ଟ୍ର । ତେବେ ୨୦୦୧ରେ ତାଲିବାନ ଶାସନ ଶେଷ ହେବା ପରେ ଚାଷୀ ସେମାନଙ୍କ ଗହମ କ୍ଷେତରେ ହଳ କରି ଅଫିମ ବୁଣିବା ଆରମ୍ଭ କରି ଦେଇଥିଲେ । ଆଫଗାନିସ୍ତାନ ହେଉଛି ବିଶ୍ୱର ସର୍ବାଧିକ ଅଫିମ ଉତ୍ପାଦନକାରୀ ଦେଶ । ତାଲିବାନ କବଜା ପୂର୍ବରୁ ୨୦୨୧ରେ ଆଫଗାନିସ୍ତାନ ୬,୦୦୦ ଟନ ଅଫିମ ଉତ୍ପାଦନ କରିଥିଲା । ଏହାଦ୍ୱାରା ପ୍ରାୟ ୩୨୦ ଟନ ହେରୋଇନ ଉତ୍ପାଦନ କରାଯାଇ ପାରିବ ।

Get real time updates directly on you device, subscribe now.